ସମ୍ବଲପୁର : ନାବାଳିକା ଦୁଷ୍କର୍ମ ମାମଲାରେ ସୋମବାର ସମ୍ବଲପୂର ମାନ୍ୟବର ପୋକ୍ସୋ କୋର୍ଟ ବିଚାରପତି ଜଣେ ଅଭିଯୁକ୍ତକୁ ୨୦ବର୍ଷ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁସାରେ ଗତ ୨୦୧୯ ମସିହାରେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଞ୍ଚଳରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ରୋମାଞ୍ଚକ ସୁନାନୀ ନାମକ ଜଣେ ଅଭିଯୁକ୍ତ ପ୍ରଥମେ ଅପହରଣ କରିବା ପରେ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ସମ୍ବଲପୁର ମାନ୍ୟବର ପୋକ୍ସୋ କୋର୍ଟ ବିଚାରପତି ଅଭିଳାଷ ସେନାପତି ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଦୋଷୀକୁ ୨୦ବର୍ଷ ଜେଲଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏନେଇ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି।