କଟକରେ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇ ଜଣ ଦଲାଲ୍ ଗିରଫ । ଗିରଫ ଦୁଇ ଜଣ ଓମ୍ ପ୍ରକଶ ଚୌଧୁରୀ ଓ ଜସ୍ମିନ ଚୌଧୁରୀ। ପୋଲିସ ଆଗରେ ଉଭୟ ସ୍ୱୀକାର କରିଛନ୍ତି ସେମାନେ ନାବାଳିକାକୁ ଦେହ ବ୍ଯବସାୟ ରେ ଲିପ୍ତ କରାଇଥିଲେ । କଲ ରେକର୍ଡ ଓ ଜେରା ବେଳେ ମିଳିଲା ଏହି ପ୍ରମାଣ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି। ଦଲାଲ୍ ମାନେ ଆଇଏମଓ ମୋବାଇଲ ଆପ ବ୍ୟବହାର ବିଷୟରେ ଯାଞ୍ଚ କରାଯାଉଛି । ଭଡା ଘରେ ରହି ଦମ୍ପତି ଏଭଳି କାମ କରୁଥିଲେ । ଘର ମାଲିକଙ୍କ ପାଖେ ଏନେଇ ଖବର ଥିଲା କି ନାହିଁ ଯାଞ୍ଚ ହେଉଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ପୋଲିସ ଯାଞ୍ଚ କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ।
ଅନ୍ୟପଟେ ଉଦ୍ଧାର ବାଙ୍ଗଲାଦେଶୀ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଥି ସହିତ କୋର୍ଟରେ ଆଜି ନାବାଳିକାଙ୍କ ବୟାନ ରେକର୍ଡ କରାଯିବ। ଗତ ଦଶ ତାରିଖରୁ ନାବାଳିକା ସିଡବ୍ଲୁସି ପାଖରେ ଥିବା ବେଳେ ତାର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ପରିବାର ସହ ଯୋଗାଯୋଗ ହୋଇଛି। ପରିବାର ଅତି ଗରିବ ଓ ଆର୍ଥିକ ଅବସ୍ଥା ସେମାନଙ୍କର ଭଲ ନାହିଁ। ତେଣୁ ଏବେ ନ୍ୟାୟିକ ପ୍ରକ୍ରିୟା ଯାହା ରହିଛି ତାହା ସଂପନ୍ନ ହେବ। ପରେ ତାଙ୍କୁ ବାଙ୍ଗଲାଦେଶ ପଠାଇବା ପାଇଁ ସେ ଦେଶ ର ହାଇ କମିଶନର ଙ୍କ ସହ ଯୋଗାଯୋଗ କରାଯିବ ବୋଲି ସିଡବ୍ଲୁସି ଅଧ୍ୟକ୍ଷ କହିଛନ୍ତି।