ପାଟଣାଗଡ଼: ହୁତୁ ହୁତୁ ହୋଇ ଜଳିଲା ବାଇକ୍। ତେବେ ଏହିଁ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ। ତେବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମୁଖ୍ୟରାସ୍ତା ଏନଏସି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବାଇକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ସୂଚନା ମୁତାବକ, ଜଣେ ବ୍ୟାଙ୍କ କର୍ମଚାରୀ ରାସ୍ତାରେ ବାଇକରେ ଯାଉଥିବା ବେଳେ ବାଇକରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁ ଦେଖି ବାଇକରୁ ଓଲ୍ହାଇ ଦୌଡ଼ି ପଳାଇ ଯାଇଥିଲେ ଯୁବକ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବାଇକ ରାସ୍ତାରେ ହୁହୁ ହୋଇ ଜଳୁଥିବା ଫଳରେ ଉକ୍ତ ସ୍ଥାନରେ ରାସ୍ତା ଜାମ ଦେଖିବାକୁ ମିଳିଥିଲା। ଖବରପାଇ ପାଟଣାଗଡ଼ ପୋଲିସ ପହଞ୍ଚି ରାସ୍ତା ଖାଲି କରିବା ସହିତ ତଦନ୍ତ ଜାରି ରଖିଛି ।