ଭୁବନେଶ୍ୱର : ଗତ କିଛି ଦିନ ହେବ ସୁନା ଦର ଅନବରତ ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ଚିନ୍ତାରେ ଥିଲେ ଗ୍ରାହକ ମାନେ। ହେଲେ ଆଜି ସାମାନ୍ୟ କମିଲା ସୁନା ଦର। ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି। ଆଜି ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୫୩୦ ଟଙ୍କା ରହିଛି। ଯାହା ଗତକାଲି ଏହା ୯୭,୯୧୦ ଥିଲା। ତେବେ ଦିନକରେ ୩୮୦ ଟଙ୍କା ହ୍ରାସ ପାଇଛି।
ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୪୦୦ ଟଙ୍କା ରହିଛି। ଯାହା ଗତକାଲି ଏହା ୮୯, ୭୫୦ ଟଙ୍କା ଥିଲା। ଏପରିକି ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୧୫୦ ଟଙ୍କା ରହିଛି। ତେବେ ଆଜି କେବଳ ସୁନା ନୁହଁ ରୁପା ଦାମ୍ ମଧ୍ୟ କମିଛି। ଆଜି ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି। ତେବେ ସୁନାର ଦାମ କମିବା ପରେ ଗ୍ରାହକ ମଧ୍ୟ ସୁନା କିଣିବାକୁ ନେଇ ଏକ ଉତ୍ସାହ ଦେଖିବାକୁ ମିଳିଛି।