ମୟୁରଭଞ୍ଜ: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ କିରାଣୀ । ମୟୁରଭଞ୍ଜ ଜିଲ୍ଲା ବାରିପଦା ପୌର ପରିଷଦର ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ବରିଷ୍ଠ କିରାଣୀ ଗୋପାଳ କୃଷ୍ଣ ପ୍ରଧାନ ଦୋକାନଘର ଓନର ସିପ ମାଲିକାନା ପାଇଁ ମହମ୍ମଦ ଯାଭିର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ସୂଚନା ମୁତାବକ, ମହମ୍ମଦ ଯାଭିରଙ୍କ ସ୍ୱର୍ଗତଃ ପିତାଙ୍କ ନାମରେ ବାରିପଦା ସହର ରେ ଦୁଇଟି ପୌର ପରିଷଦ ଦୋକାନଘର ରହିଥିଲା । ତେବେ ପିତାଙ୍କ ମୃତ୍ୟୁପରେ ପୁତ୍ର ଯାଭିର ଏବଂ ତାଙ୍କ ଦୁଇ ଭାଇଙ୍କ ନାମରେ ଓନରସିପ ଟ୍ରାନ୍ସଫର ପାଇଁ ଦୀର୍ଘ ଦୁଇବର୍ଷ ପୂର୍ବରୁ ଆବେଦନ କରିଥିଲେ । ଓନରସିପ ଟ୍ରାନ୍ସଫର ପାଇଁ ସମସ୍ତ କାଗଜପତ୍ର ଦାଖଲ କଲା ପରେ ମଧ୍ୟ ସେହି ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଗୋପାଳ କୃଷ୍ଣ ପ୍ରଧାନ ତାଙ୍କୁ ଦୁଇବର୍ଷ ଧରି ହଇରାଣ କରୁଥିଲେ । ଶେଷରେ ଦଶହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଅଭିଯୋଗକାରୀ ମହମ୍ମଦ ଯାଭିର ଏହାକୁ ନେଇ ବାରିପଦା ଭିଜିଲାନ୍ସ ୟୁନିଟରେ ଅଭିଯୋଗ କରିଥିଲେ । ପରେ ଯୋଜନା ମୁତାବକ ଆଜି ଲାଞ୍ଚ ନେବା ବେଳେ ଲୁଚିରହିଥିବା ଭିଜିଲାନ୍ସ ଟିମ । ଗୋପାଳ କୃଷ୍ଣ ଙ୍କୁ ରେଡ ହ୍ୟାଣରେ ଧରି ଲାଞ୍ଚ ନେଇଥିବା ସମସ୍ତ ଟଙ୍କା ତାଙ୍କଠାରୁ ଜବଦ କରିବା ସହ ତାଙ୍କୁ ଗିରଫ କରା ଯାଇଛି । ତାଙ୍କର କାର୍ଯ୍ୟାଳୟ ରେ ଫାଇଲପତ୍ର ଯାଞ୍ଚ କରିବା ସହ ବାସଗୃହ ମଧ୍ୟ ରେଡ କରାଯିବ ବୋଲି ବାରିପଦା ଭିଜିଲାନ୍ସ ୟୁନିଟର ଇନଚାର୍ଜ ବିକାଶ ସ୍ୱାଇଁ କହିଛନ୍ତି ।