ବ୍ରହ୍ମପୁର : ଭାରସାମ୍ୟ ହରାଇ ସ୍କୁଟି ଉପରେ ମାଡ଼ିଗଲା ଗ୍ୟାସ ଵୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି।ତେଣୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି।ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।
ସୂଚନା ଅନୁସାରେ, ଖୋଜାପଲ୍ଲୀ ଗ୍ରାମର ଡାକ ତରେଇ ଓ ତାଙ୍କ ସ୍ତ୍ରୀ ମଥୁରାରୁ ଭୋଜି ଖାଇ ନିଜ ଗାଁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଖଲ୍ଲିକୋଟ ବ୍ଲକ ନିକଟରେ ସ୍କୁଟିକୁ ଗ୍ୟାସ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଣାସ୍ଥଳରେ ଡାକଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକଙ୍କ ଗୁରୁତର ହୋଇଛନ୍ତି। ଡାକଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।