ଗଞ୍ଜାମ : ସୋମବାର ଗଞ୍ଜାମ ସୋନାପୁର ବେଳାଭୂମିରେ ଏକ ବିରାଟକାୟ ସାର୍କ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।
ସୂଚନାନୁସାରେ, ପ୍ରାୟ ୧୦ ଫୁଟ ଲମ୍ବର ଏହି ବିଶାଳ ସାର୍କ ସୋମବାର ସକାଳୁ ସମୁଦ୍ର କୂଳରେ ଆସି ପଡିଥିଲା। ଏହାର ଶରୀରରେ ଅନେକ ଆଘାତ ଚିହ୍ନ ରହିଥିଲା। ତେବେ ସାର୍କଟି ଜୀବିତ ରହିଛି। ବନ ବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହାର ଯତ୍ନ ନେଉଛନ୍ତି ଏବଂ ଏହାକୁ ସମୁଦ୍ରର ଗଭୀର ଜଳକୁ ପଠାଇବାକୁ ଚେଷ୍ଟା କରୁଛନ୍ତି।
ସାଧାରଣତଃ ସାର୍କ ମାଛ ସମୁଦ୍ରର ବହୁତ ଗଭୀରରେ ଦେଖାଯାଇଥାଏ। ତେବେ କେଉଁ ପରିସ୍ଥିତିରେ ଏହା ସମୁଦ୍ର କୂଳରେ ପହଞ୍ଚିଛି ତାହା ସ୍ପଷ୍ଟ ହୋଇନାହିଁ।