ଭୁବନେଶ୍ୱର: ଦୁର୍ଗା ପୂଜା ନିମନ୍ତେ ଆସନ୍ତା ଅକ୍ଟୋବର ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନ ସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ଯଦି କୌଣସି ଗାଡ଼ି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ୫୦୦ କିମ୍ବା ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କେବଳ ଜରୁରୀ କାଳୀନ ଗାଡ଼ି ଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି ।
ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଜାଗମରା ଏବଂ ଗଣ୍ତମୁଣ୍ଡା ଛକ ସଂଲଗ୍ନ ରାସ୍ତା) ।
ଫାୟାର ଟ୍ରେନିଂ ସ୍କୁଲ ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ପାଇକନଗର, ଶିରିପୁର ଏବଂ ଗଙ୍ଗନଗର ସଂଲଗ୍ନ ରାସ୍ତା) ।
ସିଆରପି ଛକଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ-୮,ଡିଏଭି ସ୍କୁଲ ରାସ୍ତା) ।
ଜୟଦେବ ବିହାର ଠାରୁ ରାଜଭବନ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛର ସଂଲଗ୍ନ ରାସ୍ତା ) ।
ଜୟଦେବ ବିହାରଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖାପାଖ ରାସ୍ତା (ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ରାସ୍ତା ) ।
ଆଚାର୍ୟ୍ୟ ବିହାର ଛକଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା (ନିକୋ ପାର୍କ, ପଟେଲ ମାର୍ଗ, ହାଉସିଂ ବୋର୍ଡ, ରବିନ୍ଦ୍ର ମଣ୍ଡପ ଏବଂ ଏଜି ଛକ ସଂଲଗ୍ନ ରାସ୍ତା )
ଆଟାର୍ୟ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ସୈନିକ ସ୍କୁଲ ସଂଲଗ୍ନ ରାସ୍ତା )।
ବାଣୀ ବିହାର ଛକଠାରୁ ଶିଶୁ ଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ରୁପାଲି. ସତ୍ୟ ନଗର , ରାମ ମନ୍ଦିର , ମାଷ୍ଟର କ୍ୟାଣ୍ଟିନ ଏବଂ ରାଜମହଲ ଛକ ସଂଲଗ୍ନ ରାସ୍ତା ) ।
ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ନୀସାଗର, କଳ୍ପନା, ରବି ଟକିଜ୍ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା) ।
ଏନଏଚ-୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ଥିବା ସର୍ଭିସ୍ ରୋଡ୍ ।
ଆବଶ୍ୟକ ପଡ଼ିଲେ ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନଗୁଡ଼ିକୁ ପ୍ରବେଶ ଅନୁମତି ମିଳିବ ନାହିଁ । ସେହି ଗାଡ଼ି ଗୁଡ଼ିକ ପିତାପଲି ଛକଠାରୁ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦାଠାରେ ଏନଏଚ-୧୬ରେ ମିଶିବେ ।
ରାବଣ ପୋଡ଼ି ସମୟରେ କଟକ ପଟୁ ଆସୁଥିବା ସମସ୍ତ ଗାଡିକୁ ଜୟଦେବ ବିହାର ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ସିଆରପି ଛକରେ ମିଶିବେ ।
ବସ୍ ଚଳାଚଳ ନିୟମ
ପୁରୀ-ବରମୁଣ୍ଡା ଏବଂ ବରମୁଣ୍ଡା-ପୁରୀର ବସ ଗୁଡ଼ିକ ଲିଙ୍ଗିପୁର ଛକଠାରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ସୁର କମ୍ପାନୀ, ଗଙ୍ଗନଗର ଏବଂ ଫାୟାର ଟ୍ରେନିଂ ରାସ୍ତାରେ ଚଳାଚଳ କରିବେ ।
ପୁରୀ-କଟକ ଏବଂ କଟକ-ପୁରୀକୁ ଯାଉଥିବା ବସଗୁଡ଼ିକ କଳ୍ପନା, ଲକ୍ଷ୍ମୀସାଗର, ରସୁଲଗଡ଼ ରାସ୍ତାରେ ନ ଯାଇ, ଲିଙ୍ଗିପୁର ଛକଠାରୁ ବାଇପାସ ରୋଡରେ ଆସି ହାଇ-ଟେକ୍ ମେଡ଼ିକାଲ ଛକଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ ।