ଭୁବନେଶ୍ୱର: ଦୈତନଗରୀ କଟକ ଏବଂ ଭୁବନେଶ୍ୱରରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି ମାମଲା । ଏହାକୁ ରୋକିବାକୁ ଆପାର୍ଟମେଣ୍ଟରେ ଆଇପି ଏନାବଲ୍ଡ କ୍ୟାମେରା ଲାଗିବ । ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ୱାରରେ ଏହି କ୍ୟାମେରା ଲଗାଇବାକୁ କମିଶନରେଟ୍ ପୁଲିସ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ଏସ. ଦେବଦତ୍ତ ସିଂ. ।
ପୁଲିସ କମିଶନରଙ୍କ ସୂଚନା ମୁତାବକ, ବର୍ଷକ ମଧ୍ୟରେ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ୬୫ଟି ଚୋରୀ ମାମଲା ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ୨୯ ଗିରଫ ଜଣଙ୍କୁ ଗିରଫ କରାଯାଇଛି । ଏହି ଚୋରିକୁ ରୋକିବାକୁ ଆଇପି ଯୁକ୍ତ କ୍ୟାମେରା ଲଗାଇବାକୁ ଆପାର୍ଟମେଣ୍ଟର ଆସୋସିଏସନକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର । ଏହା ଦ୍ୱାରା ପୁଲିସ କ୍ୟାମେରାର ଡାଟାକୁ ନିଜ ଅକ୍ତିଆରକୁ ନେଇ ପାରିବ । ଫଳରେ ଚୋରି ମାମଲା ରୋକାଯାଇ ପାରିବ ବୋଲି ଶ୍ରୀ ସିଂ କହିଛନ୍ତି । ଏହା ସହିତ ଅଧିକ ମତାମତ ଦେବାକୁ କମିଶନରେଟ୍ ପୁଲିସ ପକ୍ଷରୁ ହ୍ୱାଟସ୍ ଆପ୍ ନମ୍ବର (୭୦୭୭୭୯୮୧୧୧) ମଧ୍ୟ ଜାରି କରାଯାଇଛି । ଜନ ସାଧାରଣ ମଧ୍ୟ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ ।