ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମାର୍କେଟିଙ୍ଗ ଇନ୍ସପେକ୍ଟର ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି ଏବଂ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।
ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକଙ୍କୁ ଗିରଫ କରିଛି ଭିଜିଲାନ୍ସ। ବ୍ଲକ ଅଫିସରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ତଦୟ ଯୋଜନାରେ ନାମ ସାମିଲ କରାଇ ଦେବାକୁ ମାର୍କେଟିଙ୍ଗ ଇନ୍ସପେକ୍ଟର ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। କୋରାପୁଟ ଭିଜିଲାନ୍ସ ଡିଭିଜନରେ ଏ ନେଇ ରୁଜ୍ଜୁ ହୋଇଛି ମାମଲା। ବର୍ତ୍ତମାନ ଭିଜିଲାନ୍ସ ଟିମ୍ ସୁମନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଥିବା ଜଣାପଡିଛି। ସେପଟେ ଦୁଇଟି ସ୍ଥାନରେ ମଧ୍ୟ ଚାଲିଛି ଭିଜିଲାନ୍ସର ଚଢ଼ାଉ।
ଅଧିକ ପଢନ୍ତୁ ; ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ