କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ। ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ ଜିଲ୍ଲା ସଂଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି। ଆଜି ସକାଳୁ ଗାଡିଚଳାଚଳ ଏବଂ ଦୋକାନ ଵଜାର ସମସ୍ତ ବନ୍ଦ ରହିଛି। ଏହାଯୋଗୁଁ ସ୍ଥାନୀୟ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ସୂଚନା ଅନୁସାରେ, ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ। ଧର୍ମଗଡ଼ ଜିଲ୍ଲା ସଂଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ କରି ଅଗଷ୍ଟ ୨୮ ତାରିଖରୁ ଗଣଧାରଣା ଜାରି ରହିଥିଲା। ୩୭ ଦିନ ଧରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବା ସହ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବି ପତ୍ର ପଠାଇଥିଲେ। ଶେଷରେ ୩୭ ଦିନ ପରେ ଆଜି ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାରେ ଧର୍ମଗଡ, କୋକସରା, ଗୋଲାମୁଣ୍ଡାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଗାଡିଚଳାଚଳ ଏବଂ ଦୋକାନ ଵଜାର ମଧ୍ୟ ବନ୍ଦ ରହିଛି। ଭବାନୀପାଟଣା ଜୟପୁର ଏନଏଚ୨୬ ,ଆମପାଣି ନୂଆପଡା ବିଜୁ ଏକ୍ସପ୍ରେସ ରାସ୍ତା ଯାତାୟତ ପାଇଁ ପ୍ରଭାବିତ ହୋଇଛି ।
ଅଧିକ ପଢନ୍ତୁ ; ମର୍ଣ୍ଣିଂ ୱାକ୍ ବେଳେ ଅଜଣା ଗାଡ଼ି ଧକ୍କା ଚାଲିଗଲା ୨ ଜୀବନ