ଆଜି ହେଉଛି ସ୍ୱଚ୍ଛ ବାୟୁ ଦିବସ। ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭୁବନେଶ୍ୱରରେ ଆଜି CRUTର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରିପାରିବେ ଯାତ୍ରୀ । CRUT ପକ୍ଷରୁ ଭୁବନେଶ୍ବରରେ ଗଡୁଥିବା ୫୦ଟି ମୋ ଇ-ବସ୍ ଓ ୫୦ଟି ଇ-ରିକ୍ସାରେ ମାଗଣାରେ ଯାତ୍ରୀ ଯାଇପାରିବେ । ଏନେଇ ଆଜି ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। ଭୁବନେଶ୍ବର ସହର ମଧ୍ୟରେ ୧୦ଟି ରୁଟରେ ଚାଲୁଛି ଇଲେକ୍ଟ୍ରିକ୍ ବସ୍ । ସ୍ବଚ୍ଛ ବାୟୁ ଦିବସ ଅବସରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପରିବେଶକୁ ସ୍ବଚ୍ଛ ରଖିବା ଓ ବାୟୁ ପ୍ରଦୂଷଣ ରୋକିବା ପାଇଁ ବିଏମସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହଯୋଗରେ ସ୍ବଚ୍ଛ ବାୟୁ ଦିବସ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ଯାତ୍ରୀମାନେ ମାଗଣାରେ ମୋ ଇ-ବସରେ ଯାତ୍ରା କରିପାରିବେ। ଭୁବନେଶ୍ୱରରେ ୧୦ଟି ରୁଟ୍ରେ ଏବେ ୫୦ଟି ଇ-ବସ୍ ଓ ୫୦ଟି ଇ-ରିକ୍ସା ଚଳାଚଳ କରୁଛି । CRUT ପକ୍ଷରୁ ଭୁବନେଶ୍ୱରରେ ଗଡୁଥିବା ୫୦ଟି ମୋ ଇ-ବସ ଓ ୫୦ ଇ-ରିକ୍ସାରେ ସମସ୍ତ ଯାତ୍ରୀଙ୍କ ପାଇଁ ମାଗଣା ଯାତ୍ରା କରିବାର ସୁବିଧା ରହିଛି। ଆଜି ଦିନକ ପାଇଁ ଏହି ମାଗଣା ମୋ ଇ-ବସର ସେବା ସମସ୍ତଙ୍କୁ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।
ଅଧିକ ପଢ଼ନ୍ତୁ : ୪ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ