୪ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଯୋଗ ଦେବେ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । କୋଭିଡ୍ ରିପୋର୍ଟ ନେଗେଟିଭ ଆସିବା ପରେ ବାଇଡେନ ଭାରତକୁ ଆସିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆରମ୍ଭ ହେବ ।
ସୂଚନା ମୁତାବକ ,ଭାରତ ଗସ୍ତରେ ଆସିବା ପୂର୍ବରୁ ବାଇଡେନଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ଆସିବା ପରେ ବାଇଡେନ ଭାରତ ଆସିବେ ବୋଲି ସ୍ପଷ୍ଟ ହୋଇଛି । ଆସନ୍ତା ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ଦ୍ୱିପାକ୍ଷିକ ବୈଠକ ହେବ ବୋଲି ସୂଚନା ମିଳିଛି । ଏପଟେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଆଗରୁ ସ୍ପଷ୍ଟ କରିସାରିଛନ୍ତି । ଜି-୨୦ ସମ୍ମିଳନୀ ପାଇଁ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ପ୍ରସ୍ତୁତି ଜୋରଦାରରେ ଚାଲିଛି ।
ଆଗକୁ ପଢନ୍ତୁ :- ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ