ଆରମ୍ଭ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି । ସୂଚନା ମୁତାବକ , ଆସନ୍ତା ୯ ଓ ୧୦ ତାରିଖରେ ଏହାର ବୈଠକ ବସିବ । ଏହି ଜି-୨୦ ବୈଠକରେ ବିଶ୍ୱର ବଡ଼ ବଡ଼ ନେତା ମାନେ ସାମିଲ ରହିବେ ।
ବିଭିନ୍ନ ଦେଶର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ସୂଚନା ମିଳିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମରିସସ୍ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହାତରେ ଆଉ କମ ସମୟ ଥିବାରୁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଏପଟେ ଦେଶ ଏକ ବଡ ସମ୍ମିଳନୀକୁ ନେଇ ଉତ୍ସାହିତ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୭ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ରାହୁଲ ୟୁରୋପ ସଂଘର ଆଇନଜୀବୀ, ଛାତ୍ର ଏବଂ ପ୍ରବାସୀ ଭାରତୀଙ୍କୁ ଭେଟିବେ ଓ ବୈଠକ କରିବେ ।
ଆଗକୁ ପଢନ୍ତୁ :- ଜି-୨୦ ପାଇଁ ଅନଲାଇନ୍ ଅର୍ଡର କରିପାରିବେ ନାହିଁ ଦିଲ୍ଲୀବାସୀ