ଜି-୨୦ ପାଇଁ ଉତ୍ସବମୁଖର ହୋଇଛି ଭାରତର ରାଜଧାନୀ ନୂଆ ଦିଲ୍ଲୀ । ସେପ୍ଟେମ୍ବର ୯ ଓ ୧୦ତାରିଖରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଦୁଇଦିନ ଦିଲ୍ଲୀବାସୀଙ୍କୁ ଅନେକ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ଦିଲ୍ଲୀବାସୀମାନେ ଏହି ଦୁଇଦିନରେ ଅନଲାଇନ୍ ଡେଲିଭରି - ପିଜ୍ଜା, ବର୍ଗର ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅର୍ଡର ଦେଇପାରିବେ ନାହିଁ।
ସୂଚନା ଅନୁସାରେ, ଜରୁରୀକାଳୀନ ସେବା ଯଥା- ଡାକ, ମେଡିକାଲ, ଲ୍ୟାବ ଟେଷ୍ଟ୍ ଇତ୍ୟାଦି କାର୍ଯ୍ୟ ପାଇଁ ଅନଲାଇନର ସାହାଯ୍ୟ ନେଇପାରିବେ । ଔଷଧ ଓ ଜରୁରୀକାଳୀନ ଅନଲାଇନ୍ ବ୍ୟବହାର ବ୍ୟତୀତ ସମସ୍ତ ଅନଲାଇନ୍ ଡେଲିଭରି ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ। ଅନ୍ୟ ଷ୍ଟେସନଗୁଡ଼ିକରେ ମେଟ୍ରୋ ସେବା ପ୍ରଭାବିତ ହେବ ନାହିଁ । ଜି-୨୦ ସମ୍ମିଳନୀରେ ଭାରତ ସମେତ ୧୯ ଟି ଦେଶର ପ୍ରତିନିଧିମାନେ ଯୋଗଦେବେ । ସେମାନଙ୍କର ଆସିବା ଠାରୁ ରହିବା ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଗକୁ ପଢନ୍ତୁ : ପୋଲିସଙ୍କ ଗୁଳିବିନିମୟରେ ୨ ନକ୍ସଲ ନିହତ