ଭାରତରେ ଲଂଚ୍ ହେଲା ୱାନପ୍ଲସ ୭ ପ୍ରୋ, ରହିଛି ୧୨ଜିବି ରାମ୍
Khabar Odisha:business-odisha-one-plus-pro-7-launched-in-india
ବାଙ୍ଗାଲୋର, ମେ ୧୫(ଖବର ଓଡିଶା):

ଚୀନ ସ୍ମାର୍ଟଫୋନ କମ୍ପାନୀ ୱାନପ୍ଲସ୍ ପ୍ଲେଗସ୍ପିସ୍ ୭ ପ୍ରୋ ଏବଂ ୭କୁ ଭାରତରେ ଲଂଚ୍ କରିଛି । ଏହି ଦୁଇ ସ୍ମାର୍ଟଫୋନକୁ ବାଙ୍ଗାଲୋରରେ ଆୟୋଜିତ ଏକ ଇଭେଂଟରେ ଲଂଚ୍ କରାଯାଇଛି  ।ଏହି ଫୋନରେ ଦମଦାର ପ୍ରୋସେସର ରହିଛି ।

୭ ପ୍ଲସର ବୈଶିଷ୍ଟ୍ୟ ଉପରେ ନଜର ପକାଇଲେ, ଏଥିରେ ଆଣ୍ଡ୍ରୋଏଡ୍ ପାଇ ୯.୦ ଭର୍ସନ ରହିଛି । ଏହାସହ ଏଚଡି ରିଜ୍ୟୋଲିସନ ମଧ୍ୟ ଉପଲବ୍ଧ । ଏଥିରେ ୨ ବର୍ଷ ଯାଏଁ ସଫ୍ଟୱେର୍ ଅପଡେଟ୍ ଏବଂ ୩ ବର୍ଷ ଯାଏଁ ସିକ୍ୟୁରିଟୀ ଅପଡେଟ୍ ମିଳିବ । ଏହାର ଡିସପ୍ଲେ ୬.୬୭ ଇଂଚର ରହିଥିବା ବେଳେ ଗରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ ରହିଛି । ଏହାର ରାମ୍ ୧୨ ଜିବି ରହିଥିବା ବେଳେ ୨୫୬ ଜିବି ଇଂଟରନାଲ୍ ମେମୋରୀ ରହିଛି । ଏହାର ବ୍ୟାଟେରୀ କ୍ଷମତା ୪୦୦୦ ଏମଏଚ ରହିଥିବା ବେଳେ ଏହାର କ୍ୟାମେରା ୪୮ ମେଗାପିକ୍ସଲ ରହିଛି । ଏହି ସ୍ମାର୍ଟଫୋନର ଦାମ୍ ରହିଛି ୪୮,୯୯୯ ।

 

 

 

  • Tags:

Subscribe

National International State Sports Entertainment