ବିଦେଶ ମନ୍ତ୍ରାଳୟକୁ ମିଳିଲା ୧୬ ହଜାର କୋଟି ଟଙ୍କା, ମାଳଦୀପ ପାଇଁ ୫୭୫ କୋଟି ଟଙ୍କା
Khabar Odisha:Nation-budget-odisha-Rs-16000-crore-allocated-to-mea-hike-in-aid-allocation-for-maldives-African-nations

ନୂଆଦିଲ୍ଲୀ, ଫେବୃୟାରୀ ୦୨ (ଖବର ଓଡ଼ିଶା): ବଜେଟ ୨୦୧୯-୨୦ରେ ବିଦେଶ ମନ୍ତ୍ରାଳୟ ପାଇଁ ୧୬ ହଜାର କୋଟି ଟଙ୍କାରୁ ଅଧିକ ଆବଣ୍ଟନ କରାଯାଇଛି । ଏହା ଗତ ଥର ବଜେଟ ଆବଣ୍ଟନ ତୁଳନାରେ ୧୦୦୦ କୋଟି ଟଙ୍କା ଅଧିକ । ଏଥିରେ ମାଳଦୀପ ତଥା ଆଫ୍ରିକା ଦେଶ ସମୂହର ଆବଣ୍ଟନରେ ଅଧିକ ବୃଦ୍ଧି କରାଯାଇଛି । ଅନ୍ୟ ଦେଶକୁ ସହାୟତା ପାଇଁ ବଜେଟରେ ୫୫୪୫ କୋଟି ଟଙ୍କାରୁ ୯୦୨ କୋଟି ବଢ଼ାଯାଇ ୬୪୪୭ କୋଟି ଟଙ୍କା କରି ଦିଆଯାଇଛି । ମାଳଦୀପ ପାଇଁ ଆବଣ୍ଟିତ କରାଯାଇଥିବା ୧୨୫ କୋଟି ଟଙ୍କା ବଢ଼ାଇ ୫୭୫ କୋଟି ଟଙ୍କା ହୋଇଛି । ସଂଶୋଧିତ ତଥ୍ୟ ଅନୁସାରେ ମାଳଦୀପକୁ ୨୦୧୮-୧୯ରେ ଭାରତ ପାଖାପାଖି ୪୪୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛି । 

ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବନ୍ଦର ପାଇଁ ଆବଣ୍ଟିତ ଗତ ଥର ବଜେଟ ଭଳି ୧୫୦ କୋଟି ଟଙ୍କା ରଖାଯାଇଛି । ଭୁଟାନ ପାଇଁ ବଜେଟ ୨୬୫୦ କୋଟି ଟଙ୍କା ତୁଳନାରେ ୨୬୧୫ କୋଟି ଟଙ୍କା ରଖାଯାଇଛି । ସେହିପରି ଆଫଗାନିସ୍ଥାନ ପାଇଁ ୩୨୫ କୋଟି ଟଙ୍କା, ବାଂଲାଦେଶ ପାଇଁ ୧୭୫ କୋଟି ଟଙ୍କା, ଶ୍ରୀଲଙ୍କା ପାଇଁ ୧୫୦ କୋଟି ଟଙ୍କା, ମଙ୍ଗୋଲିଆ ପାଇଁ ୫ କୋଟି ଟଙ୍କା, ନେପାଳ ପାଇଁ ୫୦ କୋଟି ଟଙ୍କାରୁ ବଢ଼ାଇ ୭୦୦ କୋଟି ଟଙ୍କା, ମିଆଁମାର ପାଇଁ ୨୮୦ କୋଟି ଟଙ୍କାରୁ ବଢ଼ାଇ ୪୦୦ କୋଟି ଟଙ୍କା ହୋଇ ଯାଇଛି । 

ଆଫ୍ରିକା ଦେଶ ପାଇଁ ବଜେଟରେ ଗତ ଥର ତୁଳନାରେ ଏଥର ଅଧିକ ଗୁରୁତ୍ୱ ଦିଆ ଯାଇଛି । ଗତ ବର୍ଷ ୨୦୦ କୋଟି ଟଙ୍କା ରଖାଯାଇଥିବା ବେଳେ ଚଳିତ ବଜେଟରେ ଆଫ୍ରିକାକୁ ୪୦୦ କୋଟି ଟଙ୍କା ମିଳିଛି । ମାତ୍ର ସଂଶୋଧିତ ତଥ୍ୟ ଅନୁସାରେ ୨୦୧୮-୧୯ ସମୟରେ ଆଫ୍ରିକାକୁ ୩୩୦ କୋଟି ଟଙ୍କା ସାହାଯ୍ୟ କରାଯାଇଥିଲା । ସଂଶୋଧିତ ତଥ୍ୟ ଅନୁସାରେ ୨୦୧୮ରେ ମରିସସକୁ ପାଖାପାଖି ୬୬୦ କୋଟି ଟଙ୍କା ସାହାଯ୍ୟ କରାଯାଇଥିଲା । 

 

  • Tags:

Subscribe

National International State Sports Entertainment