ପ୍ରଧାନମନ୍ତ୍ରୀଙ୍କ ମହାପ୍ୟାକେଜ ଘୋଷଣା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଦେଲେ ଏମିତି ପ୍ରତିକ୍ରିୟା
Khabar Odisha:Business-Industrialist-reaction-on-economic-package-India-announce-by-Prime-Minister-Narendra-Modi

ନୂଆଦିଲ୍ଲୀ, ମେ ୧୩ (ଖବର ଓଡ଼ିଶା): ଶିଳ୍ପ ଜଗତ ମଙ୍ଗଳବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜର ଘୋଷଣା ଆବଶ୍ୟକତା ଥିଲା । ଶିଳ୍ପପତିମାନଙ୍କର କହିବା ଅନୁସାରେ ଏହି ପ୍ୟାକେଜ ଘୋଷଣା ହେବା ପରେ ମହାମାରୀ ଓ ଏହା ଯୋଗୁଁ ହୋଇଥିବା କଟକଣା ଦ୍ୱାରା ପ୍ରଭାବିତ ହୋଇଥିବା ଅର୍ଥ ବ୍ୟବସ୍ଥା ପୁଣି ଥରେ ସ୍ୱାଭାବିକ ହୋଇପାରିବ । ଆର୍ଥିକ ବୃଦ୍ଧିକୁ ନୂତନ ଗତି ମଧ୍ୟ ମିଳିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି, ଯାହାକି ଦେଶର ଜିଡିପିର ୧୦ ପ୍ରତିଶତ । 

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟ ଜରିଆରେ କହିଛନ୍ତି, ‘ପିଏମ୍‌ଙ୍କ କାର୍ପେ ଡିୟମ (ସିଜ ଦ ଡେ) ଭାଷଣ ଏହା ଥିଲା, ବଞ୍ଚିବାର ପ୍ରୟାସର ଦୃଷ୍ଟିକୁ ଅବସରରେ ପରିବର୍ତ୍ତନ କରି ଏହାକୁ ବଳର ରୂପ ଦିଆଯାଉ । ଆମକୁ କାଲି (ବୁଧବାର) ଜଣାପଡ଼ିବ ଯେ, ପରିବର୍ତ୍ତନ ହେବ ନା ନାହିଁ । କିନ୍ତୁ ମୁଁ ଭାବୁଛି ଆଜି ରାତି ଭଲରେ ନିଦ ଆସିବ ।

ଆର୍ଥିକ ପ୍ୟାକେଜ ସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ନିଷ୍ପତ୍ତି, ରିଜର୍ଭ ବ୍ୟାଙ୍କର ଘୋଷଣାକୁ ଏକାଠି କରି ଏହି ପ୍ୟାକେଜ ପାଖାପାଖି ୨୦ ଲକ୍ଷ କୋଟି ଟଙ୍କା ହେବ, ଯାହାକି ଦେଶର ଜିଡ଼ିପିର ପ୍ରାୟ ୧୦ ପ୍ରତିଶତ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସଂପର୍କରେ ଖୁବ ଶୀଘ୍ର ବିସ୍ତୃତ ସୂଚନା ପ୍ରଦାନ କରିବେ । ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜମି, ଶ୍ରମ, ନଗଦ ଓ ଆଇନକୁ ସରଳ କରିବାକୁ କହିଛନ୍ତି । ଆମେ ଏହାକୁ ପ୍ରଶଂସା କରୁଛୁ । ଏହା ଅର୍ଥ ବ୍ୟବସ୍ଥା ପାଇଁ ଆବଶ୍ୟକ ଥିଲା । 

 

  • Tags:

Subscribe

National International State Sports Entertainment