ରାଜ୍ୟରେ ବଢିଲା ବସ୍ ଭଡା, ଅଡିନାରୀ ୮୭ରୁ ୯୦ ଓ ଏକ୍ସପ୍ରେସ୍ ୯୧ରୁ ୯୪ ପଇସାକୁ ବୃଦ୍ଧି ଭୁବନେଶ୍ୱର, ମାର୍ଚ୍ଚ ୩୧(ଖବର ଓଡିଶା): Share story: ରାଜ୍ୟରେ ବଢିଲା ବସ୍ ଭଡା । ଅଡିନାରୀ ଭଡା କିଲୋମିଟର ପିଛା ୮୭ରୁ ୯୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ଭଡା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି କରାଯାଇଛି । ସେହିପରି ଡିଲକ୍ସ ଭଡା ୧ ଟଙ୍କା ୨୫ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ହୋଇଛି । ଏସି ଡିଲକ୍ସ ଭଡା ୧ ଟଙ୍କା ୫୩ରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି କରାଯାଇଛି । ସୁପର ପ୍ରିମିୟମ ଭଡା ୨ ଟଙ୍କା ୩୮ରୁ ୨ ଟଙ୍କା ୪୭ ପଇସାକୁ ବୃଦ୍ଧି କରାଯାଇଛି । ଗତ ବର୍ଷ ନଭେମ୍ବର ମାସରେ ଟିକସ ଛାଡ ପରେ ଉଭୟ ଡିଜେଲ ଓ ପେଟ୍ରୋଲ ଦର ହ୍ରାସ ପାଇବା ସହ ବସ ଭଡା ହ୍ରାସ ହୋଇଥିଲା । ତେବେ ବର୍ତ୍ତମାନକୁ ସ୍ଥିତିକୁ ଦେଖି ପୁଣି ଥରେ ବସ ଭଡା ହ୍ରାସ କରାଯାଇଥିବା ବସ ମାଲିକ ସଂଘର ସଂମ୍ପାଦକ କହିଛନ୍ତି । ଖବର ଓଡ଼ିଶା, Reporter, 31/03/2022