ଭାରତର ବ୍ୟାଟିଂ ଟେଷ୍ଟ ଦଳ ପାଇଁ ଏବେ ବେଷ୍ଟ ନୁହେଁ: ଦ୍ରାବିଡ଼
Khabar Odisha:rahul-dravid-feels-team-india-needs-to-work-on-red-ball-cricket
ନୂଆଦିଲ୍ଲୀ, ଅକ୍ଟୋବର୦୯(ଖବର ଓଡ଼ିଶା):

ଏହି ସମୟରେ  ଭାରତ ଯୁବ ଦଳ(ଭାରତ ଏ ଓ ୧୯ ବର୍ଷରୁ କମ)କୁ ପ୍ରଶିକ୍ଷଣ ଦେଉଥିବା ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କ କହିବା କଥା ବର୍ତ୍ତମାନ ଭାରତୀୟ ଦଳର ବ୍ୟାଟିଂ ଲାଇନ ଅପକୁ ଟେଷ୍ଟ କ୍ରିକେଟ୍ ପାଇଁ ଆହୁରି ସୁଧାର କରିବାର ଆବଶ୍ୟକତା ରହିଛି। ଭାରତୀୟ ଦଳର ପୂର୍ବତନ ଖେଳାଳି ଓ ନିଜ ସମୟରେ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନ ଦ୍ରାବିଡ଼ କହିଛନ୍ତି ଯେ ଧଳା ବଲରେ ତ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ରହିଛି ମାତ୍ର ଲାଲ ବଲରେ କମ ଅଭ୍ୟାସ କାରଣରୁ ବ୍ୟାଟସମ୍ୟାନ ଟେଷ୍ଟ ମ୍ୟାଚରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଲାଲ ବଲର ଫର୍ମାଟରେ ଏବେ ମଧ୍ୟ ଦଳକୁ ବହୁତ କିଛି କରିବାର ଅଛି। ବିଶେଷ କରି ବିଦେଶ ମାଟିରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ଦ୍ରାବିଡ ଏହି ମନ୍ତବ୍ୟ ଦେଇଛନ୍ତି।

ଭାରତୀୟ ଦଳର ଏହି ପୂର୍ବତନ ଅଧିନାୟକ କହିଛନ୍ତି କି,  ଏହି ଦିନରେ ଧଳା ବଲରେ କ୍ରିକେଟ୍ ଖେଳିବା ବହୁଳ ମାତ୍ରାରେ ବୃଦ୍ଧି ପାଇଛି। ଏହି କାରଣରୁ ଭାରତୀୟ ବ୍ୟାଟସମ୍ୟାନ ଏହି ବଲରେ ଦମଦାର ପ୍ରଦର୍ଶନ କରୁଛନ୍ତି। ମାତ୍ର ଲାଲ ବଲରେ କ୍ରିକେଟ୍ ଖେଳିବା ହ୍ରାସ ପାଇଛି ଏବଂ ଏହି କାରଣରୁ ଭାରତୀୟ ବ୍ୟାଟସମ୍ୟାନ ଟେଷ୍ଟରେ ସଂଘର୍ଷ କରୁଛନ୍ତି।  ଦ ଓ୍ଵିକକୁ ଦେଇଥିବା ସାକ୍ଷାତକାରରେ ଦ୍ରାବିଡ଼ ଜୋର ଦେଇ କହିଛନ୍ତି ଯେ, ଟେଷ୍ଟ କ୍ରିକେଟ୍ ପୂର୍ବରୁ ଖେଳାଳିଙ୍କୁ ପ୍ରଥମ ଶ୍ରେଣୀ ଓ ଅଭ୍ୟାସରେ ଜରୁରୀ ଭାଗ ନେବା ଉଚିତ୍।  ଏଥିରେ ଖେଳାଳିଙ୍କୁ ବହୁତ ସହାୟକ ହୋଇଥାଏ।  ଆଇସିସି ମଧ୍ୟ ଦ୍ରାବିଡ଼ଙ୍କ ଏହି ଚର୍ଚ୍ଚାର ଭିଡିଓ ନିଜର ଓ୍ଵେବସାଇଟରେ ସେୟାର କରିଛି। 

ଯେବେ ଦ୍ରାବିଡ଼ଙ୍କୁ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ପ୍ରଦର୍ଶନ(ବିଶେଷ କରି ଇଂଲଣ୍ଡର ବିଫଳତା) ବିଷୟରେ ପଚରାଗଲା, ଦ୍ରାବିଡ଼ କହିଛନ୍ତି ଯେ ଟେଷ୍ଟ କ୍ରିକେଟରେ ସଫଳତା ପାଇଁ ଆପଣଙ୍କୁ ନିରନ୍ତର ଅଭ୍ୟାସ ଜାରି ରଖିବା ଉଚିତ୍। ଏହା କୌଣସି ଗୋଟିଏ କି ଦୁଇ ବର୍ଷର କଥା ନୁହଁ। 

ଏହି ମହାନ ବ୍ୟାଟସମ୍ୟାନ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ଦଳର ବ୍ୟସ୍ତମୟ କାର୍ଯ୍ୟସୂଚୀ ଓ ବ୍ୟବସ୍ଥାରେ କିଛିଟା କମ କରିବାର ଆବଶ୍ୟକତା ରହିଛି। ଆମେ ୧୯ ବର୍ଷରୁ କମ ଓ ଏ ଟିମସ୍ତରରେ ଏହି ରଣନୀତି ଆପଣେଇଛୁ। ଯୁବ ଖେଳାଳି ଲାଲ ବଲରେ ଅଧିକ ଅଭ୍ୟାସ କରି ନିଜକୁ ମଜବୁତ କରୁଛନ୍ତି। ଆମକୁ ଗମ୍ଭୀରତାର ସହିତ ସ୍ଥିର କରିବା ଉଚିତ୍ ଯେ ଖେଳାଳିଙ୍କୁ ପ୍ରତି ବର୍ଷ ସଠିକ୍ ଅନୁପାତରେ ଟେଷ୍ଟ କ୍ରିକେଟ୍ ଖେଳିବାର ଭରପୂର ସୁଯୋଗ ମିଳୁ। 

Subscribe

National International State Sports Entertainment