ରୁଷ, ଜୁଲାଇ ୧୧(ଖବର ଓଡିଶା):
ଫିପା ବିଶ୍ୱକପ ୨୦୧୮ର ଦ୍ୱିତୀୟ ସେମିଫାଇନାଲରେ ଆଜି ଇଂଲଣ୍ଡ ଏବଂ କ୍ରୋଏସିଆ ମୁହାଁମୁହିଁ ହେବେ । ଜୋଶରେ ରହିଥିବା ଇଂଲଣ୍ଡ ଟିମକୁ କ୍ରୋଏସିଆ ନିଜର ଅନୁଭବ ବଳରେ ହରାଇବା ପାଇଁ ପ୍ରୟାସ କରିବ । ଏହି ମ୍ୟାଚର ବିଜେତା ଫାଇନାଲରେ ଫ୍ରାନ୍ସକୁ ଭେଟିବ ।
ଇଂଲଣ୍ଡ ଯେଉଁ ସମୟରେ ୧୯୯୦ ମସିହାରେ ବିଶ୍ୱକପର ସେମିଫାଇନାଲରେ ପ୍ରବେଶ କରିଥିଲା, ସେହି ସମୟରେ କ୍ରୋଏସିଆର ଜନ୍ମ ମଧ୍ୟ ହୋଇ ନଥିଲା । କିନ୍ତୁ ବର୍ତମାନ ଦୁଇ ଦେଶ ୨୦୧୮ ସେମି ଫାଇନାଲ ପାଇଁ ସାମ୍ନାସାମ୍ନି ହେବେ ।
କେଉଁ ଠାରେ ଖେଳାଯିବ ଆଜିର ମ୍ୟାଚ୍
ଲୁଜୋନିକି ଷ୍ଟାଡିୟମ
ମ୍ୟାଚ୍ ଆରମ୍ଭ
ଭାରତୀୟ ସମୟାନୁସାରେ ରାତ୍ର ୧୧.୩୦
କେଉଁ ଚ୍ୟାନେଲରେ ହେବ ପ୍ରସାରଣ
ସୋନୀ ଟେନ୍ ୩
ସୋନୀ ଟେନ୍ ୨
ମ୍ୟାଚର ଲାଇଭ ଷ୍ଟ୍ରିମିଂ ସୋନୀ ଲାଇଭ ଆପରେ ଉପଲବ୍ଧ ହେବ ।