ଦୀପାବଳିରେ ଘରେ ରଖନ୍ତୁ ନାହିଁ ଏ ସବୁ ଜିନିଷ , ହୋଇପାରେ କ୍ଷତି
Khabar Odisha:Diwali-2018-Vastu-Tips-These-Five-Things-Remove-From-House-Before-Diwali
ଭୁବନେଶ୍ୱର,ନଭେମ୍ବର ୫, (ଖବର ଓଡିଶା)

କାର୍ତିକ କୃଷ୍ଣ ପକ୍ଷ ତିଥିରେ ଦିପାବଳୀ ପାଳନ କରାଯାଏ । ଏହି ପର୍ବରେ ବିଶେଷ ଭାବେ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଏ । ଦୀପାବଳୀ ଆସିବାର ବହୁତ ଦିନ ପୂର୍ବରୁ ଏହାର ପ୍ରସ୍ତୁତି କରାଯାଏ । ସୁଖ-ସମୃଦ୍ଧିର କାମନା କରି ସମସ୍ତେ ଦିପାବଳୀରେ ନିଜ ଘର ସଫା ନିଶ୍ଚୟ କରନ୍ତି । ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ର ଅନୁସାରେ ଦିପାବଳୀରେ ଘରେ ଭଙ୍ଗା ଜିନିଷ ରହିବା ଉଚିତ୍ ନୁହେଁ । ତେବେ ଆସନ୍ତୁ ଜାଣିବା କେଉଁ ସାମଗ୍ରୀକୁ ଦିପାବଳୀ ପୂର୍ବରୁ ହଟାଇଦେଲେ ଆପଣଙ୍କ ସୁଖ-ସମୃଦ୍ଧି ବଢିବ  ।

କେବେବି ଭୁଲରେ କୌଣସି ଦେବାଦେବୀଙ୍କ ଖଣ୍ଡିତ ମୂର୍ତ୍ତି କିମ୍ବା ଫଟୋ ପୂଜା କରନ୍ତୁ ନାହିଁ । ଦୁର୍ଭାଗ୍ୟକୁ ଦୂରେଇବା ପାଇଁ ଦିପାବଳୀ ପୂର୍ବରୁ ଏଭଳି ଫଟୋ ଓ ମୂର୍ତ୍ତିକୁ କୌଣସି ପବିତ୍ର ସ୍ଥାନରେ ରଖିଦିଅନ୍ତୁ ।

ଖରାପ ଇଲେକଟ୍ରିକ୍ ସାମଗ୍ରୀ

ଯଦି ଆପଣଙ୍କ ଘରେ କିଛି ଇଲେକଟ୍ରିକ୍ ସାମଗ୍ରୀ ଖରାପ ହୋଇ ପଡିଛି ତେବେ ତାକୁ ତୁରନ୍ତ ସଜାଡିଦିଅନ୍ତୁ କିମ୍ବା ଘରୁ ବାହାର କରିଦିଅନ୍ତୁ । ଏହା ଆଦୌ ଶୁଭ ନୁହେଁ  ।

ବନ୍ଦ ଘଂଟା ରଖନ୍ତୁ ନାହିଁ ବାସ୍ତୁ ଅନୁସାରେ ଘଣ୍ଟା ଆପଣଙ୍କ ପ୍ରଗତିର ପ୍ରତୀକ । କିନ୍ତୁ ବନ୍ଦ ଘଣ୍ଟା ଆପଣଙ୍କ ଉନ୍ନତିରେ ବାଧକ । ଏଥିପାଇଁ ଘରେ ଯଦି ଘଣ୍ଟା ବନ୍ଦ ହୋଇପଡିଛି ତେବେ ତାକୁ ଘରୁ ବାହାର କରିଦିଅନ୍ତୁ ।

ଯଦି ଆପଣଙ୍କ ଘରେ କୌଣସି ବି କୋଣରେ ଭଙ୍ଗା କାଚ ରଖାଯାଇଛି କିମ୍ବା ଖରକାରେ ଭଙ୍ଗା କାଚ ଲାଗିଛି ତେବେ ତୁରନ୍ତ ଘରୁ ବାହାର କରିଦିଅନ୍ତୁ । ତା ବଦଳରେ ନୂଆ କାଚ ଲଗାଇଦିଅନ୍ତୁ । ଘରେ ଭଙ୍ଗା କାଚ ସାମଗ୍ରୀ ରଖିବା ଅଶୁଭ ।

ଛାତକୁ ସଫା ରଖନ୍ତୁ 

ଏହି ଦିପାବଳୀ ପୂର୍ବରୁ ଘର ଛାତକୁ ସଫା କରନ୍ତୁ ଏବଂ ଯଦି କିଛି ଅଳିଆ ପଡିଛି ବାହାରକୁ ଫୋପାଡି ଦିଅନ୍ତୁ ।

Subscribe

National International State Sports Entertainment