ଲାଇକଷ୍ଟେଜ କୋଲକାତାରେ ଏହାର ସର୍ବପ୍ରଥମ କ୍ରିୟଟର ମିଟ୍ ଆୟୋଜନ କରି ଭାରତୀୟ ସୋସିଆଲ ମିଡିଆ ସ୍ପେସରେ ଏହାକୁ ପୋଷ୍ଟ କରିଛି। ସ୍ପଟ୍ ଲାଇଟ୍ ଏହି ଗତିଶୀଳ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କିଛି ନିଆରା କରିବାକୁ ଚେଷ୍ଠା କରିଛି। ଏହା ୧୦ ନଭେମ୍ବରରେ ଆରମ୍ଭ ହେବାକୁ ଯାଉଛି। ଏହା ଅଳ୍ପ ସମୟ ମଧ୍ୟରେ, ଖାଦ୍ୟ, ଭ୍ରମଣ, ଫ୍ୟାଶନ୍, ଅଟୋମୋବାଇଲ୍, ଜୀବନଶୈଳୀ, ଶିକ୍ଷା, ଏବଂ କ୍ରୀଡା ସମେତ ବିଭିନ୍ନ ଧାରାକୁ ବିସ୍ତାର କରୁଥିବା ବିଷୟବସ୍ତୁ ସୃଷ୍ଟିକର୍ତ୍ତାଙ୍କ ଏକ ସମୃଦ୍ଧ ସମ୍ପ୍ରଦାୟକୁ ଉତ୍ସାହିତ କରିଛି କିନ୍ତୁ ଯାହା ପ୍ରକୃତରେ ଲାଇକଷ୍ଟେଜକୁ ପୃଥକ କରେ ତାହା ହେଉଛି ବିଷୟବସ୍ତୁ ଅଂଶୀଦାର ପାଇଁ ଏହାର ଅଭିନବ ଉପାୟ।
ପ୍ରଥମ ଦିନରୁ ମୋନେଟାଇଜେସନ୍: ଲାଇକଷ୍ଟେଜ ହେଉଛି କ୍ରିୟଟରସ ମାନଙ୍କ ପାଇଁ ଏହା ସ୍ୱପ୍ନକୁ ବାସ୍ତବରେ ପରିଣତ କରିବ। ଏହି ପ୍ଲାଟଫର୍ମରେ ପ୍ରଥମେ କ୍ରିୟଟରସ ମାନଙ୍କ ଅନୁଭୂତି ଏବଂ ସେମାନେ କେତେ ଉତ୍ସାହିତ ଅଛନ୍ତି ତାହା ଦେଖି ପ୍ରଥମ ଦିନରୁ ରୋଜଗାର କରିବା ପାଇଁ ସୁଯୋଗ ଦେବ। ଦର୍ଶକମାନେ ସେମାନଙ୍କ ସମୟ ପାଇଁ ପୁରସ୍କୃତ ହେବେ। ଏଥିରେ ଦର୍ଶକ ଏବଂ ଗ୍ରାହକମାନେ ସିଧାସଳଖ ଯୋଗଦାନ କରିପାରିବେ। ଲାଇକଷ୍ଟେଜ ନିଜ ୱାଚ ଟାଇମ ଉପରେ ଗୁରୁତ୍ୱ ଦେଇଛି ଏବଂ ତିରିଶ ସେକେଣ୍ଡରୁ ଅଧିକ ସମୟ ହେବାପରେ ସେଠାରେ ଆପଣଙ୍କର ୱାଲେଟ୍ ବଲିଙ୍ଗ୍ ଆରମ୍ଭ କରିବ। ଏଥିରେ ଦର୍ଶକମାନେ ଯେତେ ଅଧିକ ବ୍ୟସ୍ତ ରହିବେ ସେମାନେ ସେତେ ଅଧିକ ରୋଜଗାର କରିବେ। ଲାଇଭ୍ ଷ୍ଟ୍ରିମିଂ, ଲାଇଭ୍ ଟିଭି, ଲାଇଭ୍ ଷ୍ଟ୍ରିମିଂ ଇତ୍ୟାଦି ଏହି ପ୍ୟାକେଜ୍ ଲାଇକଷ୍ଟେଜର ଅଂଶ ରହିଛି।