କେରଳରେ ହାହାକାର: ସରକାର ମାନିଲେ ସ୍ଥିତି ବହୁତ ସଙ୍ଗୀନ, ପୁଣି ହେଲା ପ୍ରବଳ ବର୍ଷା
Khabar Odisha:situation-very-serious-in-kerala-due-to-floods-says-rajntah-singh
ତିରୁବନନ୍ତପୁରମ, ଅଗଷ୍ଟ୧୨(ଖବର ଓଡ଼ିଶା):

 କେରଳରେ ପୁଣି ଥରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏହି କାରଣରୁ ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ କ୍ଷେତ୍ରରେ ରିଲିଫ ଓ ଉଦ୍ଧାରକାର୍ୟ୍ୟ ଅଭିଯାନ ପ୍ରଭାବିତ ହୋଇଛି। ରାଜ୍ୟରେ ପ୍ରବଳବର୍ଷା ଜନିତ ବନ୍ୟାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆକାଶ ମାର୍ଗରୁ କେରଳର ବନ୍ୟା ପ୍ରଭାବିତ ଦୁଇଟି ଜିଲ୍ଲା ପରିଦର୍ଶନ କରିଛନ୍ତି। ରାଜନାଥ ସିଂହ ମାନିଛନ୍ତି ଯେ କେରଳରେ ବନ୍ୟା ପରିସ୍ଥିତି ବହୁତ ବିପଦଜ୍ଜନକ ରହିଛି। ଏଠାକାର ସ୍ଥିତି ବହୁତ ସଙ୍ଗୀନ ରହିଛି।

ସେ ଏହି ଅଦ୍ଭୁତପୂର୍ଣ୍ଣ ବନ୍ୟା କାରଣରୁ ଉତ୍ପନ ବିପଦର ମୁକାବିଲା ପାଇଁ  କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଯଥା ସମ୍ଭବ ସାହାଯ୍ୟ, ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ଆଶ୍ଵାସନା ଦେଇଛନ୍ତି। ମନ୍ତ୍ରୀ ଇଡୁକ୍କୀ ଓ ଏର୍ଣ୍ଣାକୁଲମ ଜିଲ୍ଲାରେ ଆକାଶ ମାର୍ଗରୁ ସର୍ବେକ୍ଷେଣ କରିବା ପରେ ବିମାନ ବନ୍ଦରରେ ସାମ୍ବାଦିକଙ୍କ ସହିତ ଆଲୋଚନା କରିଛନ୍ତି। 

ଉଲ୍ଲେଖଯୋଗ୍ୟ କେରଳରେ ପ୍ରବଳବର୍ଷାଜନିତ ବନ୍ୟାରେ କିଛି ଆଶ୍ଵସ୍ତି ମିଳିଥିବା ବେଳେ ରବିବାର ସକାଳେ ପୁଣି ଥରେ ବର୍ଷା ଆରମ୍ଭ ହୋଇ ଯାଇଛି। ଏଥିରେ ରିଲିଫ କାର୍ୟ୍ୟ ପ୍ରଭାବିତ ହୋଇଛି। ଅଧିକାରୀ କହିଛନ୍ତି ଯେ ଆଶ୍ଵସ୍ତିର କଥା ଏହା ଯେ ଇଦୁକ୍କୀ ଓ ଇଦମଲୟାର ଜଳାଶୟରେ ଜଳସ୍ତର ହ୍ରାସ ପାଇଛି। 

ଅଧିକାରୀଙ୍କ କହିବା କଥା ନିମ୍ନ ଇଲାକାରେ ରହୁଥିବା ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଶନିବାର କୌଣସି ମୃତାହତର ଖବର ମିଳିନାହିଁ। ଏହି ପ୍ରବଳବର୍ଷା ଜନିତ ବନ୍ୟାରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ୫୪୦୦୦ରୁ ଉର୍ଦ୍ଧ୍ଵ ଲୋକ ବେଘର ହୋଇ ଯାଇଛନ୍ତି।  ରାଜ୍ୟର ବିଭିନ୍ନ ଇଲାକାରେ ନିର୍ମିତ ଶିବିରରେ ୬୦,୦୦୦ରୁ ଅଧିକ ଲୋକ ରହୁଛନ୍ତି। 

ପ୍ରତି ରକ୍ଷା ସୂତ୍ର ମୁତାବକ ସେନାର ୧୦ କଲମ, ମଦ୍ରାସ ରେଜିମେଣ୍ଟର ଏକ ୟୁନିଟ୍ ସହିତ ନୌସେନା, ବାୟୁସେନା ଓ ଏନଡିଆରଏଫର ଯବାନଙ୍କୁ ଅଧିକ ପ୍ରଭାବିତ କୋଝିକୋଡ, ଇଦୁକ୍କୀ, ମଲ୍ଲପୁରମ, କନ୍ନୁର ଓ ଭାୟନାଡା ଆଦି ଜିଲ୍ଲାରେ ରିଲିଫ ଓ ଉଦ୍ଧାରକାର୍ୟ୍ୟରେ ନିୟୋଜିତ କରାଯାଇଛି। 

କେରଳର ମୁଖ୍ୟମନ୍ତ୍ରୀ ଖୋଦ୍ ରିଲିଫ କାର୍ୟ୍ୟର ସମୀକ୍ଷା କରିଛନ୍ତି ଏବଂ ତ୍ଵରିତ କାର୍ୟ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ବନ୍ୟାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନ ପାଇଁ ୪ ଲକ୍ଷ ଓ ଘର-ଜମି ହରାଇଥିବା ପୀଡ଼ିତଙ୍କ ପାଇଁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

  • Tags:

Subscribe

National International State Sports Entertainment