କୋରାପୁଟ ଜିଲ୍ଲାର ପୁଷପୁନୀର ସ୍ଵତନ୍ତ୍ରତା ରହିଛି । ଜୟପୁରରେ ଆରମ୍ଭ ହେଲା ପୁଷ୍ ପୁନି ଲୋକ ମହୋତ୍ସବ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜୟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କ ପାଖରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଛି । ପରେ ଏକ ବିଶାଳ ଶୋଭାଯାତ୍ରା ସହିତ ହଜାର ହଜାର ସହରବାସୀ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସହିତ ପାରମ୍ପରିକ ନାଚ ଗୀତ ଓ ରଙ୍ଗ ବେରଙ୍ଗର ପୋଷାକ ସହିତ ପହଞ୍ଚିଥିଲେ ଦଶହରା ପଡ଼ିଆରେ । ପୁଷ୍ ପୁନି ଲୋକ ଉତ୍ସବରେ ସହ ସହ ସ୍ଥାନୀୟ କଳାକାର ମାନେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଆକର୍ଷଣ ରହିଥିଲେ ସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନାଚ ଗୀତ ସହିତ ଆଦିବାସୀ ପୋଷାକ ପିନ୍ଧି ଲୋକଙ୍କ ଭିଡ ଭିତରେ ନୃତ୍ୟ ପରିବେଷଣ କରିବା ।