ନୂଆଦିଲ୍ଲୀ: ମା’ର ମମତା ବିଶ୍ୱର ଅନ୍ୟ କୌଣସି ଶ୍ରଦ୍ଧା ଓ ଭଲ ପାଇବା ଠାରୁ ସ୍ୱତନ୍ତ୍ର । ମା’ର ଭଲପାଇବା, ସ୍ନେହ, ଯତ୍ନ ଓ ବଳିଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ମାତୃତ୍ୱ ଦିବସ ପାଳନ କରାଯାଉଛି । ଏହି ଦିବସ ମା’ ଓ ସନ୍ତାନଙ୍କ ଶକ୍ତିଶାଳୀ ବନ୍ଧନକୁ ମନେ ପକାଇଦେଇଥାଏ । ସବୁବେଳେ ମହିଳା ସଶକ୍ତ ବ୍ୟକ୍ତିତ୍ୱ, ଯିଏକି ସମୃଦ୍ଧ କ୍ୟାରିୟର ଏବଂ ପରିବାରକୁ ଉତ୍କୃଷ୍ଟ କାର୍ଯ୍ୟ କରିବାରେ ସହାୟକ ହୋଇଥାଏ ।
ମହିଳାଙ୍କ ଏହି ଶକ୍ତି ମା’ଙ୍କ ଠାରୁ ଝିଅ ପର୍ଯ୍ୟନ୍ତ ପହଞ୍ଚିଥାଏ, ଯାହାକି ତାଙ୍କର ସଂପର୍କକୁ ଅଧିକ ଶକ୍ତିଶାଳୀ କରିଥାଏ । ମା’ ଓ ଝିଅଙ୍କ ଏହି ପବିତ୍ର ବନ୍ଧନକୁ ସମ୍ମାନ ଜଣାଇ ଦେଶର ପ୍ରସିଦ୍ଧ ଶିଳ୍ପପତି ମା’-ଝିଅ ଯୋଡ଼ି ସଫଳ ବ୍ୟବସାୟକୁ ନେଇ ଏହି ଖବର ପ୍ରସ୍ତୁତି ।
ନିଜ ପରିବାରରେ ଘଟିଥିବା ଏକ ଦୁଖଦ ଘଟଣାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିବା ପରେ ମା’-ଝିଅଙ୍କ ଏହି ଉଦ୍ୟମଶୀଳ ଯୋଡ଼ି କ୍ଲୋଡିଂ ବ୍ରାଣ୍ଡ କଂପାନୀ
ଆରମ୍ଭ କରିଥିଲେ ଏବଂ ନିଜର ଦକ୍ଷତା ବଳରେ ଏହାକୁ ଶୀର୍ଷ ସ୍ତରକୁ ନେଇପାରଥିଲେ । ଏହି ଷ୍ଟାର୍ଟ-ଅପ ମହିଳାମାନଙ୍କ ଦ୍ୱାରା ଓ ତାଙ୍କ ପାଇଁ ଏକ ବ୍ୟକ୍ତିକୃତ ଟ୍ରେଡିଂ କଂପାନୀର ବ୍ରାଣ୍ଡ । ଶ୍ୱେତା ଶିବକୁମାର ଫ୍ୟାସନରେ ଷ୍ଟାର୍ଟଅପ୍ର ନିଜର ସ୍ୱପ୍ନକୁ ଶେଷରେ ପୂରା କରିଛନ୍ତି । ତାଙ୍କର ମା’ ଜୟାଙ୍କ ସିଲାଇ ଦକ୍ଷତା ତାଙ୍କର ମହତ୍ୱାକାଂକ୍ଷାକୁ ପୂରା କରିଛନ୍ତି ।
ସେହିପରି ଭାରତର ପ୍ରତିଷ୍ଠିତ ଡାକ୍ତରଖାନା ସାମ୍ରାଜ୍ଞର ପ୍ରତିଷ୍ଠାଙ୍କ ପରିବାରର ଜଣେ ସଦସ୍ୟ ଶୋଭନା କାମିନେନୀ ହସ୍ପିଟାଲ ଏଣ୍ଟରପ୍ରାଇଜେସ ଲିମିଟେଡର କାର୍ଯ୍ୟକାରୀ ଉପସଭାପତି । ତାଙ୍କର ଝିଅ ଉପାସନା କାମିନେତୀ ହସ୍ପିଟାଲରେ ସିଏସ୍ଆର୍ର ଉପାଧ୍ୟକ୍ଷ । ତାଙ୍କର ପରିବାର ଦ୍ୱିତୀୟ ଓ ତୃତୀୟ ପିଢ଼ିର ଉଦ୍ୟୋଗୀମାନଙ୍କ ଗ୍ରୁପରେ ଶୋଭନା ଏବଂ ଉପାସନାଙ୍କ ସଂପତ୍ତି ବଢ଼ି ଚାଲିଛି । ଏଥି ସହିତ ସ୍ୱାସ୍ଥ୍ୟ ସେବାକୁ ଅଧିକ ସର୍ବବ୍ୟାପୀ କରିବାରେ ଯୋଗଦାନ ଦେଉଛି ।
ଏହି ମା’-ଝିଅଙ୍କ ନାମ ଏବେ ଘରେ ଘରେ ପରିଚିତ । କାରଣ ଏହି ସହପ୍ରତିଷ୍ଠାତା ମା-ଝିଅ ସୌନ୍ଦର୍ଯ୍ୟ ସାମଗ୍ରୀ ଉତ୍ପାଦନର ବଜାର ପାଇଁ ଜଣାଶୁଣା କଂପାନୀ ଆରମ୍ଭ କରିଥିଲେ । ନିଜର ହାଇପ୍ରୋଫାଇଲ ଚାକିରି ଛାଡ଼ି କଂପାନୀ ଆରମ୍ଭ କରିଥିବା ଫାଲଗୁନୀ ଓ ଅଦ୍ୱେତା ନାୟର କଂପାନୀକୁ ଭାରତର ସର୍ବବୃହତ୍ ବଡ଼ ସୌନ୍ଦର୍ଯ୍ୟ ବ୍ରାଣ୍ଡରେ ସ୍ଥାନ ଦେଇପାରିଛନ୍ତି । ସେମାନେ ବିଳାସମୟ ସୌନ୍ଦର୍ଯ୍ୟ ଉତ୍ପାଦନ ସିଗମେଣ୍ଟର ମଧ୍ୟ ଆରମ୍ଭ କରିଛନ୍ତି ।