ହାସ୍ୟାଭିନେତା ତଥା ୟୁଟ୍ୟୁବର ତନ୍ମୟ ଭଟ୍ଟ ବର୍ତ୍ତମାନ ସୋସିଆଲ ମିଡିଆର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେ ନିଜର ନିଖୁଣ ବ୍ୟଙ୍ଗାତ୍ମକ ଶୈଳୀରେ ଖୁବ ମନୋରଞ୍ଜନ କରାନ୍ତି। ମାତ୍ର ବର୍ତ୍ତମାନ ସେ ନିଜର ବ୍ୟଙ୍ଗଙ୍କୁ ନେଇ ଚର୍ଚ୍ଚାରେ ନାହାନ୍ତି ବରଂ ସେ ନିଜ ଶରୀରର ପ୍ରାୟ ୫୦ କେଜି ଓଜନ ହ୍ରାସ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ଓଜନ ହ୍ରାସର ପୂର୍ବ ଓ ପର ଫୋଟୋ ଖୁବ ଭାଇରଲ ହେଉଛି।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜଣେ ବ୍ୟବହାରକାରୀ ନିଜର ବିସ୍ମୟ ପ୍ରକାଶ କରି ତନ୍ମୟଙ୍କ ପୋଷ୍ଟରେ କହିଥିଲେ ଯେ ନିଜର ଖାଦ୍ୟପେୟ ପ୍ରଣାଳୀ ଜଣାଅ ଓ ତୁମେ କରନ ଜୋହରଙ୍କ ପରି ଦିଶୁଛ। ଏହି ପରି ଅନେକ ବ୍ୟବହାରକାରୀ ନିଜର ଆଶ୍ଚର୍ଯ୍ୟ ମନ୍ତବ୍ୟରେ ପ୍ରକାଶ କରିଥିଲେ । ଯେବେ ଜଣେ ଫିଟନେସ କୋଚ ଅଭି ରାଜପୁତ ତନ୍ମୟଙ୍କ ଓଜନ ହ୍ରାସ ଉପରେ 5ଟି ଟିପ୍ସ ଦେଇଥିଲେ ତାହାପରେ ଚର୍ଚ୍ଚା ଖୁବ ଜୋର ଧରିଥିଲା । ସେ କହିଥିଲେ ଉତ୍ତରଦାୟିତ୍ୱତା, ଜୀବନଶୈଳୀରେ ପରିବର୍ତ୍ତନ, ମାନସିକ ସ୍ଥିରତା, ସମୟାନୁବର୍ତ୍ତିତା ତଥା ମାନସିକ ଚାପ ପରିଚାଳନା ଦ୍ୱାରା ତନ୍ମୟ ପାଖାପାଖି ୫୦ କେଜି ଓଜନ ହ୍ରାସ କରିପାରିଛନ୍ତି।
ସୋସିଆଲ ମିଡ଼ିଆ ଜଗତରେ ସ୍ୱତନ୍ତ୍ର ପରିଚୟ ସ୍ତୃଷ୍ଟି କରିପାରିଥିବା ତନ୍ମୟ ୟୁଟ୍ୟୁବରେ ଏଆଇବି ନାମକ ଚାନେଲର ସହ-ପ୍ରତିଷ୍ଠାତା ଥିଲେ ଏବଂ ଏହି ଚାନେଲରୁ ସେ ନିଜର ପରିଚୟ ସ୍ତୃଷ୍ଟି କରିପାରିଥିଲେ। ବାର୍ତ୍ତମାନ ସେ ନିଜ ୟୁଟ୍ୟୁବ ଚାନେଲରେ ରିଆକ୍ସନ ଭିଡ଼ିଓ କରି ସମସ୍ତଙ୍କର ମନୋରଞ୍ଜନ କରନ୍ତି। ଏହା ସହ ସେ ଏକ ବିଜ୍ଞାପନ ଏଜେନ୍ସି ରେ ପ୍ରମୁଖ ନିବେଶକର୍ତା ଅଟନ୍ତି। ସେ ପୂର୍ବରୁ ବିଭିନ୍ନ ଆୱାର୍ଡ କାର୍ଯ୍ୟକ୍ରମରେ ଯଥା ଷ୍ଟାର ପରିବାର ଆୱାର୍ଡ, ଷ୍ଟାରଡଷ୍ଟ ଆୱାର୍ଡ ତଥା ଫିଲ୍ମଫେୟାର ଆୱାର୍ଡର ସଂଳାପ ଲେଖିଛନ୍ତି।