'WHATSAPP' ଆଣୁଛି ନୂଆ ଫିଚର, ନମ୍ବର ସେଭ୍ ନକରି ବି କରିହେବ ମେସେଜ୍‌
Khabar Odisha:Whatsapp-new-Feature-coming-soon

ନୂଆଦିଲ୍ଲୀ, ଏପ୍ରିଲ ୫(ଖବର ଓଡ଼ିଶା): ଯେତେ ନୂଆ ନୂଆ ମେସେଞ୍ଜିଙ୍ଗ ଆପ୍ ଆସିଲେ ବି ହ୍ୱାଟସଆପ୍ ନିଜର ଲୋକପ୍ରୀୟତା ବଜାର ରଖିଛି । ଲୋକମାନଙ୍କ ପସନ୍ଦ ଓ ଅସୁବିଧାକୁ ଦୃଷ୍ଟିରେ ରଖି ଅନେକ ସମୟରେ ନୂଆ ନୂଆ ଫିଚର ମଧ୍ୟ ଯୋଡି ଚାଲିଛି ହ୍ୱାଟସଆପ୍ ।

ଏହାରି ମଧ୍ୟରେ ଖୁବ୍ ଶୀଘ୍ର ହ୍ୱାଟସଆପ୍ ର ଆଉ ଏକ ନୂଆ ଫିଚର ଆସିବାକୁ ଯାଉଛି । ଯେଉଁଥିରେ ମେସେଞ୍ଜିଙ୍ଗ୍ କୁ ଆଉ ଟିକେ ସହଜ କରିବାକୁ ଯାଇ ନମ୍ବର ସେଭ୍ ନକରି ମଧ୍ୟ ହ୍ୱାଟସଆପ୍‌ରେ ମେସେଜ୍ କରାଯାଇ ପାରିବ ବୋଲି ହ୍ୱାଟସଆପ୍ ପକ୍ଷରୁ ସୂଚନା ଦିଆଯାଇଛି ।

ପୂର୍ବରୁ ହ୍ୱାଟସଆପ୍‌ରେ ମେସେଜ୍ କରିବାକୁ ହେଲେ ପ୍ରଥମେ ନମ୍ବର ସେଭ୍ କରିବାକୁ ପଡୁଥିଲା ଏବଂ ତା ପରେ ଯାଇ କଣ୍ଟାକ୍ଟ ରେ ହିଁ ମେସେଜ୍ କରିବାର ସୁବିଧା ରହିଥିଲା ମାତ୍ର ହ୍ୱାଟସଆପ୍ ଏବେ ଏଥିରେ ପରିବର୍ତ୍ତନ କରିବାକୁ ଯାଉଛି, ଏହା ନିଶ୍ଚୟ ଭାବରେ ଲୋକମାନଙ୍କ ମଧ୍ୟରେ ହ୍ୱାଟସଆପ୍ କୁ ଆହୁରି ଲୋକପ୍ରୀୟ କରାଇ ପାରିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି ।

  • Tags:

Subscribe

National International State Sports Entertainment