ଜୈବିକ ପ୍ରଣାଳୀରେ ଅଦରକାରୀ ମାଠିଆରେ ହେଉଛି ଛତୁ ଚାଷ
Khabar Odisha:An-agricultural-expert-from-Rajasthan-Agricultural-Research-Centre-Dr-S-K-Bairwa-Grow-Mushrooms-in-a-Pot
ଖବର ଓଡିଶା : 22/12/2022

ଆପଣ କେବେ ଘରେ ସହଜରେ ଉପଲବ୍ଧ ହୋଇପାରୁଥିବା ମାଟି ହାଣ୍ଡିରେ ଜୈବିକ ସାର ରେ ଛତୁ ଚାଷ ପାଇଁ ଚିନ୍ତା କରିଛନ୍ତି କି? ଚାଷୀମାନେ ପାରମ୍ପରିକ ଭାବେ ସ୍ବତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥାନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ସହଜରେ ହୋଇପାରୁଛି ଛତୁ ଚାଷ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ । ପୁରୁଣା ଅବ୍ୟବହୃତ ମାଠିଆରେ ହୋଇପାରୁଛି ଛତୁଚାଷ । ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା ।

ଅଧିକାଂଶ ଭାରତୀୟ ପରିବାରରେ ମାଟି ହାଣ୍ଡି ବ୍ୟବହୃତ ହୁଏ ଏବଂ ବେଳେବେଳେ ଏଗୁଡିକ ଭାଙ୍ଗିଯିବାରୁ ଏହାକୁ ପରିତ୍ୟାଗ ମଧ୍ୟ କରାଯାଇଥାଏ | ଏହି ପରିତ୍ୟକ୍ତ ହାଣ୍ଡିଗୁଡିକ ଏକ ଘର ପାଇଁ କିମ୍ବା ବ୍ୟବସାୟିକ ଭିତ୍ତିରେ ଆବଶ୍ୟକ ଛତୁ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ | ରାଜସ୍ଥାନର ଶ୍ରୀଗଙ୍ଗନଗରର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡକ୍ଟର ଏସ୍‌କେ ବେରବା ଏହି ବିକାଶ ପଛରେ ନଜର କୌଶଳ ଦେଖାଇଛନ୍ତି । ସେ 2020 ରେ ଏହି ପରୀକ୍ଷା ଆରମ୍ଭ କରିଥିଲେ ଯାହାର ଫଳାଫଳ ପରବର୍ତ୍ତୀ ସମୟରେ ବେସ୍ ଲାଭଦାୟକ ହୋଇଥିଲା | 

ଚାଷ ପଦ୍ଧତି ବିଷୟରେ ସେ କହିଛନ୍ତି ଯେ ଛତୁ ଚାଷ  ପାଇଁ ଶୁଖିଲା ନଡା ହେଉଛି ପ୍ରଥମ ଏବଂ ମୁଖ୍ୟ ଆବଶ୍ୟକତା | ନଡା ଗୁଡିକୁ 6-7 ଇଞ୍ଚରେ କାଟି ରାତିସାରା ଭିଜାନ୍ତୁ | ପରେ ସେଗୁଡିକୁ ଗରମ ପାଣିରେ ଫୁଟାଇ ପରେ ଏହାକୁ ଖରାରେ ଶୁଖାନ୍ତୁ | ଏଥିରେ ଯେପରି ଆର୍ଦ୍ରତା କମ୍ ରହିବ ଧ୍ୟାନ ଦିଅନ୍ତୁ। | ପରେ ଏକ ପୁରୁଣା ମାଠିଆର ଚାରିପାଖେ ଛୋଟ ଛୋଟ କଣା କରି ଏଥିରେ ପୂର୍ବପ୍ରସ୍ତୁତ କୁଟା ବିଛାନ୍ତୁ। ଛତୁ ବୀଜ ପକାଇ ମାଠିଆର ଉପରଆଡୁ ଟ୍ୟାପ୍‌ ଦେଇ ଟାଇଟ୍‌ କରି ବାନ୍ଧି ଦିଅନ୍ତୁ । ତେବେ ମାଠିଆଟିକୁ ପ୍ରାୟ 15 ଦିନ ଯାଏ ଅନ୍ଧାରିଆ ସ୍ଥାନରେ ରଖନ୍ତୁ। ଏହି ସମୟରେ ଛତୁ ଭଲଭାବେ ବିକଶିତ ହୋଇଯାଇଥାଏ । ପ୍ରାୟ 3ସପ୍ତାହ ପରେ ମାଠିଆରୁ କପଡ଼ା ବାହାର କରିଦିଅନ୍ତୁ। ଏଥିରେ ଧଳା ଧଳା ଛତୁ ନଜର ଆସିଲେ ଏହାକୁ ଏକ ସ୍ଥାନ କିମ୍ବା ଝୁଲାଇ ରଖି ପାରିବେ।  ଗୁଚ୍ଛାଗୁଡ଼ିକ ବଙ୍କେଇବା ଆରମ୍ଭ କଲେ ଛତୁ ଛିଣ୍ଡାଇ ବ୍ୟବହାର କରିପାରିବେ। 

ଏଥିରେ କେବଳ ଓଏଷ୍ଟର ଛତୁ ଚାଷ କରାଯାଇପାରିବ। ପ୍ଲାଷ୍ଟିକ୍ ବ୍ୟାଗରେ ତିଆରି କରିବା ପାଇଁ ମଧ୍ୟ ସମାନ କୌଶଳ ବ୍ୟବହୃତ ହୋଇପାରିବ ବୋଲି କହିଛନ୍ତି ଡ. ଏସ୍‌କେ ବେରବା । ତେବେ ଏହି ଦୁଇଟି ଚାଷ ପ୍ରଣାଳୀ ଭିତରେ ସେ ସାମାନ୍ୟ ପରିବର୍ତନ କରିଛନ୍ତି |

Subscribe

National International State Sports Entertainment