ଦୀପାବଳି ଅବସରରେ କମ୍ ବଜେଟରେ ଗୃହକୁ ସଜାଇବା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ
Khabar Odisha:miscellaneous-decoration-ideas-for-diwali
ନୂଆଦିଲ୍ଲୀ, ଅକ୍ଟୋବର ୩୦ (ଖବର ଓଡିଶା) :

 ଦୀପାବଳି ଆସିବା ସହ ଘରର ପରିଷ୍କାର ପରିଚ୍ଛନ୍ନତା ଏବଂ ସାଜ୍ଜସଜ୍ଜା ଉପରେ ଧ୍ୟନ ଦେବାକୁ ପଡେ । ପୂର୍ବରୁ ସାଜ୍ଜସଜ୍ଜା ପାଇଁ ଲୋକଙ୍କ ପାଖରେ କେବଳ ଦୀପ ଥିଲା କିନ୍ତୁ ଏବେ ବଜାରରେ ନାନା ପ୍ରକାରର ଉପକରଣ ସଜ୍ଜାଇବାକୁ ମିଳୁଛି । ଏସବୁକୁ ଆପଣ ଆପଣଙ୍କର ଘରର ଡିଜାଇନ ସହ ବାଛି ପାରିବେ । ତେବେ ଜାଣନ୍ତୁ ଏମିତି କିଛି ଉପାୟ ଯାହା ଦ୍ୱାରା ଆପଣଙ୍କ ଦୀପାବଳି ଆପଣଙ୍କ ପାଇଁ ହୋଇଯିବ ଦ୍ୱିଗୁଣିତ ଆଲୋକିତ । 

ବଜାରରେ ବିଭିନ୍ନ ପ୍ରକାରର ଛୋଟ ବଡ ଲାଇଟ୍ ଉପଲବ୍ଧ ହେଉଛି । ଏହାକୁ ଆପଣ ଆପଣଙ୍କର ବଜେଟ୍ ଅନୁସାରେ କିଣି ପାରିବେ । ଏହାକୁ ସଜାଇବା ପରେ ଆପଣଙ୍କ ଘର ଓଭର ନୁହେଁ ବରଂ ସୋବର ଲାଗିବ । ତେବେ ଅଧିକ ବଜେଟରେ କିଣିବାକୁ ହେଲେ ନେଇ ଆସନ୍ତୁ ଏଲଇଡି ସିଲଭର ଲାଇଟ୍, ଗ୍ଲାସ୍ ଲ୍ୟାଂଟର୍ନ, ଗୋଲ୍ଡେନ ଷ୍ଟିଙ୍ଗ୍ ଲାଇଟ୍, ପ୍ଲାଷ୍ଟିକ୍ ଲାଇଟ୍, ସେଟେଡ କଲର ଚେଞ୍ଜିଙ୍ଗ୍ କ୍ୟାଣ୍ଡେଲ, ଲ୍ୟାଂଟର୍ନ । 

ଏଲଇଡି ସିଲର୍ଭ ଲଇଟ୍-ଏହିଭଳି ଲାଇଟ୍ ଦୀପାବଳିରେ ଆପନ ନିଜ ଘରେ ସଜାଇ ପାରିବେ । ଏହି କଲରଫୁଲ୍ ଲାଇଟ୍ ଘର ସଜାଇବା ପାଇଁ ଯଥେଷ୍ଟ । 

ସେଂଟେଡ୍ କଲର୍ ଚେଞ୍ଜିଙ୍ଗ୍ କ୍ୟାଣ୍ଡେଲ- ଏହି କ୍ୟାଣ୍ଡେଲକୁ ବିନା ଜାଳି ଆପଣ ଆପଣଙ୍କର ଘରକୁ ଆଲୋକିତ କରି ପାରିବେ । କାରଣ ଏହା ବିଦ୍ୟୁତରେ ହୋଇଥାଏ । କେବଳ ସେତିକି ନୁହେଁ ଏଥିରେ ବିଭିନ୍ନ ପ୍ରକାରର ରଙ୍ଗ ବଦଳିବାର କ୍ଷମତା ଅପ୍ସନ ରହିଛି । 

ଲ୍ୟାଂଟର୍ନ- ଲଣ୍ଠନ ଦ୍ୱାରା ପୂର୍ବରୁ ଘର ସଜ୍ଜା ଯାଉଥିଲା । ଯାହାକି ଏବେ ଫ୍ୟାସନ ପାଲଟି ଯାଇଛି । ଏହା ଘରକୁ ପାରମ୍ପରିକ ଲୁକ ଦେବ । ଏବେ ବଜାରରେ କାଗଜ ଏବଂ କପଡା ତିଆରି ଲଣ୍ଠନର ବେଶ୍ ଚାହିଦା ରହିଛି । 

ପ୍ଲାଷ୍ଟିକ୍ ଲାଇଟ୍- ଫୁଲ ଫଳ ଏବଂ ବିଭିନ୍ନ ପ୍ରକାର ଆକୃତିର ପ୍ଲାଷ୍ଟିକ୍ ଲାଇଟ୍ ଏବେ ବଜାରରେ ଉପଲବ୍ଧ ହେଉଛି । ଏହା ଦିନରେ ସେତିକି ସୁନ୍ଦର ଦେଖାଯାଏ ଯେତିକି ରାତ୍ରୀ ସମୟରେ ଦେଖାଯାଏ । 

ଜାଣନ୍ତୁ କମ୍ ବଜେଟରେ କଣ କଣ ରହିଛି

ଦୀପରେ ସଜ୍ଜାନ୍ତୁ- ଘର ସୁନ୍ଦର ଦେଖାଯିବା ପାଇଁ ପ୍ରାଚୀନ କାଳର ଲୋକମାନେ ଦୀପରେ ସଜ୍ଜାଉଥିଲେ । ଏବେ ଆପଣ ମଧ୍ୟ ଏହାର ବ୍ୟବହାର କମ୍ ବଜେଟରେ କରି ପାରିବେ । କିନ୍ତୁ ଏଥିପ୍ରତି ଆପଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । 

ରଙ୍ଗ ବେରଙ୍ଗ ରଙ୍ଗୋଲି- ଅଲଗା ଅଲଗା ପ୍ରକାରର ରଙ୍ଗ ବେରଙ୍ଗ ରଙ୍ଗୋଲି ତିଆରି କରି ଆପଣ ଘରକୁ ଆକର୍ଷଣୀୟ କରି ପାରିବେ । 

ତୋରଣ- ଏବେ ବଜାରରେ ବିଭିନ୍ନ ପ୍ରକାରର ତୋରଣ ଉପଲବ୍ଧ ହେଉଛି । ଯାହାକି ଫୁଲ, ଉଲ ଏବଂ ଜରିରେ ତିଆରି । ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ ଏହା ସୁନ୍ଦର ଦେଖା ଯାଏ । 

ଫୁଲ- ଫୁଲ ଦେଖିବାକୁ ଯେତିକି ସୁନ୍ଦର ପରିବେଶ ପାଇଁ ମଧ୍ୟ ନିରାପଦ । ଏବେ ପରିବେଶ ବହୁ ମାତ୍ରାରେ ପ୍ରଦୂଷିତ ହେବାକୁ ଲାଗିଛି । ଏହାକୁ ନଜରରେ ରଖି ଆପଣ ନିଜ ଘରକୁ ଫୁଲରେ ସଜ୍ଜାଇ ପାରିବେ । 

ଭାସମାନ ମହମବତୀ- ବଜାରରେ ବିଭିନ୍ନ ଆକୃତିର ଭାସମାନ ମହମବତୀ ଉପଲବ୍ଧ ହେଉଛି । ଏହାକୁ ଆପଣ ନିଜ ଘରେ ପାତ୍ର ରଖି ସେଥିରେ ଜଳ ଏବଂ ଫୁଲ ରଖି ମହମବତୀ ଭସାଇ ପାରିବେ ।  

Subscribe

National International State Sports Entertainment