ଥାନାଧିକାରୀଙ୍କ ଜୋତା ଲୋଭ, ଓଦା ହେବା ଆଶଙ୍କାରେ ଯୁବକଙ୍କ କାନ୍ଧରେ ହେଲେ ନଦୀ ପାର
Khabar Odisha:to-save-the-shoes-sitting-on-the-shoulders-of-the-young-man-daroga
ମୁରାଦାବାଦ, ନଭେମ୍ବର ୦୯(ଖବର ଓଡିଶା):

ଅଧିକାଂଶ ସମୟରେ ପୋଲିସ କର୍ମୀମାନେ ନିଜ ଆଚରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।  କିନ୍ତୁ ଆଜି ଏପରି କିଛି ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ପୋଲିସ ବିଭାଗ ସମାଲୋଚନାର ପାତ୍ର ହୋଇଛି  । ଏହି ମାମଲା ହେଉଛି ମୁରଦାବାଦର । ଏଠାରେ ଜଣେ ପୋଲିସ ଅଧିକାରୀ ନିଜ ଜୋତା ମଇଳା ନ ହେବା ପାଇଁ ଗ୍ରାମର ଜଣେ ଯୁବକଙ୍କ କାନ୍ଧରେ ବସି ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । ପୋଲିସ ଅଧିକାରୀଙ୍କ ଏହି କାରନାମାକୁ ଆଉ ଜଣେ ଯୁବକ ନିଜ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି । 

ଏହି ଘଟଣାଟି ହେଉଛି ମୁଢାପାଣ୍ଡେ ଥାନା ଅଂଚଳର । ଏହି ଥାନ ଅଧିନରେ ଥିବା ଲାଲଟିକର ଗ୍ରାମରେ ରହୁଥିବା  ରାମ ସିଂଙ୍କର ଦୁଇଟି ପଶୁ ଚୋରି ହୋଇ ଯାଇଥିଲା । ଏହି ମାମଲାକୁ ଯାଂଚ କରିବା ପାଇଁ ଥାନାଧିକାରୀ ନରେଶ କୁମାର ନିଜ ସହକର୍ମୀଙ୍କ ସହ ଘଟଣାସ୍ଥଳରେ ପହଁଚିଥିଲେ । ସେ ନିକଟରେ ଥିବା ରାମପୁର ଗ୍ରାମକୁ ବାଇକରେ ଯାଇଥିଲେ । ସେଠାରୁ ସେ ଲାଲଟିକର ଅଭିମୁଖେ ଯାତ୍ରା କରିଥିଲେ । କିନ୍ତୁ ଗ୍ରାମରେ ପହଁଚିବା ପାଇଁ ବାଟରେ ଏକ ନଦୀ ପଡିଥିଲା । ଯାହାକୁ ସେ ଡଙ୍ଗା ସାହାଯ୍ୟରେ ପାର କରିଥିଲେ । କିନ୍ତୁ ନଦୀ କୂଳରୁ ଗ୍ରାମକୁ ଯିବା ପାଇଁ ହେଲେ ଅଳ୍ପ ପାଣିରେ ଚାଲିବାକୁ ପଡିଥାଏ ।  କିନ୍ତୁ ଥାନାଧିକାରୀଜଣଙ୍କ ଏହି ରାସ୍ତାରେ ଚାଲିବା ପାଇଁ ଅମଙ୍ଗ ଥିଲେ । କାରଣ ତାଙ୍କ ଜୋତାରେ ପାଣି ଲାଗିଯିବାର ସମ୍ଭାବନା ରହିଥିଲା ।  ଅନ୍ୟ କିଛି ବାଟ ନ ପାଇ ଶେଷରେ ସେ ଜଣେ ଯୁବକଙ୍କୁ ପାଖକୁ ଡାକିଥିଲେ । ଏବଂ ତାଙ୍କ କାନ୍ଧରେ ବସି ସେହି ସନ୍ତସନ୍ତିଆ ରାସ୍ତା ଅତିକ୍ରମ କରିଥିଲେ । 

ଭିଡିଓ ଭାଇରାଲ ହେବା ପରେ କଥା ସ୍ଥାନୀୟ ଏସପିଙ୍କ ନିକଟରେ ପହଁଚିଥିଲା । ସେ ତୁରନ୍ତ ମାମଲାର ଯାଂଚ ଆଦେଶ ଦେଇଥିଲେ । ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ଅଧିକ୍ଷକ ରବିନ୍ଦର ଗୌଡ କହିଛନ୍ତି । 

  • Tags:

Subscribe

National International State Sports Entertainment