ଅପରେସନ ଷ୍ଟୁଡେଣ୍ଟ: ଆତଙ୍କବାଦ ପ୍ରସାରିତ ପାଇଁ ଘାଟିରେ ନୂତନ ଖେଳ ଆରମ୍ଭ
Khabar Odisha:terror-organization-in-kashmir-launched-operation-student
ନୂଆଦିଲ୍ଲୀ, ଅକ୍ଟୋବର୧୧(ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏବେ ଅନ୍ୟ ରାଜ୍ୟରେ ପଢୁଥିବା କାଶ୍ମୀର ଛାତ୍ରଙ୍କୁ ଟାର୍ଗେଟ୍ କରାଯାଉଛି। ସୂତ୍ର ମୁତାବକ  ଜେଲରୁ ବାହାର କରାଯାଇ ଆତଙ୍କବାଦ ଘଟଣା ଘଟାଇବାକୁ ଉଦ୍ୟମ ‘ଅପରେସନ ଜେଲ’ ଫେଲ ମାରିବା ପରେ  ଏବେ ଛାତ୍ରଙ୍କୁ ଟାର୍ଗେଟ୍ କରାଯାଉଛି। ଏବେ ‘ଅପରେସନ ଷ୍ଟୁଡେଣ୍ଟ’ ଜରିଆରେ ଆତଙ୍କୀ ନିଜର ଯୋଜନାକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି।

ସୁରକ୍ଷା ଏଜେନ୍ସିର ସୂତ୍ର ମୁତାବକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ସେନାର କଠୋର କାର୍ଯ୍ୟାନୁଷ୍ଠାନ ପରେ ଏବେ ଦେଶର ଅନ୍ୟ ରାଜ୍ୟରେ ପଢୁଥିବା କାଶ୍ମୀର ଛାତ୍ରଙ୍କ ଉପରେ ନଜର ପକାଇଛନ୍ତି ଆତଙ୍କବାଦୀ। ଏହି ଛାତ୍ରଙ୍କ ଜରିଆରେ ଆତଙ୍କବାଦ ଘଟଣା ଘଟାଇବା ପାଇଁ ଆତଙ୍କବାଦୀ ସଂଗଠନ ନୂତନ ଯୋଜନାରେ ଉପରେ କାର୍ଯ୍ୟ ଜାରି ରଖିଛନ୍ତି।  ଏହି କ୍ରମରେ ବୁଧବାର ପଞ୍ଜାବ ପୋଲିସ  ଓ ଜାମ୍ମୁ କାଶ୍ମୀର ପୋଲିସ ଜଳନ୍ଧରରୁ ତିନି ଜଣ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଏହି ତିନି ଜଣ ଛାତ୍ରଙ୍କ ଲିଙ୍କ ଜାକିର ମୂଷାର ଆତଙ୍କୀ ସଂଗଠନ ଅନସାର ଗଜଓ୍ଵାନ ଉଲ ହିନ୍ଦ ସହ ଜଡ଼ିତ ଅଛି। କେବଳ ଏତିକି ନୁହେଁ ଇନଷ୍ଟିଚ୍ୟୁୟଟର  ହୋଷ୍ଟେଲର ଏକ କୋଠରୀରୁ ଏକ ଅସାଲ୍ଟ ରାଇଫଲ ସମେତ ଦୁଇଟି ଅସ୍ତ୍ର ଶସ୍ତ୍ର ଓ ବିସ୍ଫୋରକ ମଧ୍ୟ ଜବତ କରାଯାଇଛି।

ସୂତ୍ର ମୁତାବକ ସୀମାରେ ଆତଙ୍କବାଦ ଘଟଣା ପ୍ରସାର କରିବା ପାଇଁ ଏବେ ନୂତନ ଯୋଜନା ଉପରେ ଆତଙ୍କୀ ସଂଗଠନ କାମ କରୁଛନ୍ତି। ଯାହାକୁ ନେଇ ସୁରକ୍ଷା ବଳ ଆଲର୍ଟ ହୋଇ ଯାଇଛନ୍ତି। ପୂର୍ବେ ପାକିସ୍ତାନ ନିଜର ଜେଲ ଭିତରେ ବନ୍ଦୀ କଏଦୀର ଅପରାଧର ସଜାକୁ କ୍ଷମା ଦେଇ ଏବଂ ଅର୍ଥର ଲୋଭ ଦେଇ ଭାରତକୁ ଅନୁପ୍ରବେଶ କରାଉଛନ୍ତି। ମାତ୍ର ଏବେ ସୀମାରେ ଅନୁପ୍ରବେଶ କରାଇବାରେ ବିଫଳ ହେବା ପରେ ଆତଙ୍କବାଦୀ ଦ୍ଵିତୀୟ ତରିକା ଜାରି ରଖିବାକୁ ଷଡ଼ଯନ୍ତ୍ର ରଚୁଛନ୍ତି।

Subscribe

National International State Sports Entertainment