ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଅ, ମୁଁ କଂଗ୍ରେସ ଛାଡିବି ନାହିଁ : ନବ ଦାସ
Khabar Odisha:state-politics-odisha-naba-das-will-contest-2019-elections-on-congress-ticket
ଭୁବନେଶ୍ୱର, ଜାନୁଆରୀ ୧୧ (ଖବର ଓଡିଶା) :

 କଂଗ୍ରେସ ବିଧାୟକ ନବ ଦାସ ବିଜେଡିରେ ମିଶିବା ପ୍ରସଙ୍ଗରେ ଏବେ ପୂର୍ଣ୍ଣଛେଦ ପଡିଛି । ୨୦୧୯ ନିର୍ବାଚନ କଂଗ୍ରେସରୁ ଲଢିବେ ବୋଲି ସେ ନିଜେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି କି, କଂଗ୍ରେସରେ ଅଛି ଏବଂ ଆଉ କୌଣସି ଦଳକୁ ଯିବାର ନାହିଁ । ବିଜେଡିରେ ମିଶିବାକୁ ନେଇ ବୃଥା ପ୍ରଚାର କରାଯାଉଥିଲା । ଚର୍ଚ୍ଚାକୁ ଚର୍ଚ୍ଚାରେ ରହିବାକୁ ଦିଆଯାଉ । ମୁଁ କଂଗ୍ରେସ ଛାଡିବି ନାହିଁ । ଯଦି ଆଗକୁ କୌଣସି ନିଷ୍ପତି ନିଏ ତେବେ ଜଣାଇବି ବୋଲି ସେ କହିଛନ୍ତି । 

ସୂଚନାଯୋଗ୍ୟ, ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ବିଜେଡି ସହ ନିକଟତର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କିଛି ଦିନ ତଳେ ସେ ଏବଂ ତାଙ୍କ ପରିବାର ନବୀନଙ୍କ ସହ ଫଟୋ ଉଠାଇଥିଲେ । ଯାହାକୁ ନେଇ ଏହି ଚର୍ଚ୍ଚାରେ ସତ୍ୟତା ଥିବା ଆଶଙ୍କା କରାଯାଉଥିଲା । ଏହା ପରେ ପୁଣି ଏକ ସମ୍ମିଳନୀରେ ନବ ମୁଁ ଯୁଆଡେ ଯିବି ଆପଣ ସିଆଡେ ଯିବେ ତ ବୋଲି ନିଜ କର୍ମୀଙ୍କୁ ପଚାରିଥିଲେ । ଏହି ବୟାନ ତାଙ୍କର ଦଳ ବଦଳ ଆଶଙ୍କାକୁ ଆହୁରି ସ୍ପଷ୍ଟ କରିଦେଇଥିଲା । ତେବେ ଗୋଟିଏ ପଟେ ବିଜେଡି ଏବଂ ନବୀନଙ୍କ ନିକଟତର ହେଉଥିବା ନବ କଂଗ୍ରେସ ଛାଡିବେ ନାହିଁ ବୟାନ ଦେବା ପରେ ଏହି କଂଗ୍ରେସ ନେତାଙ୍କର ଦଳବଦଳ ଚର୍ଚ୍ଚା ଉପରୁ ପରଦା ଉଠିଛି ।  

Subscribe

National International State Sports Entertainment