ସମୁଦ୍ର ପଥରେ ୨୬/୧୧ ପରି ଆକ୍ରମଣ ଉଦ୍ଦେଶ୍ୟରେ ଜୈଶ ଆତଙ୍କୀ, ନୌସେନା ଆଲର୍ଟ
Khabar Odisha:lashkar-jaish-attacks-in-india-from-sea
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

ଲସ୍କର ଏ ତୈବାର ଆତଙ୍କୀ ପୁଣି ଥରେ ମୁମ୍ବାଇରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ଦୋହରାଇବା ଫିରାକରେ ଅଛନ୍ତି। ଗୁଇନ୍ଦା ଏଜେନ୍ସି ମୁତାବକ ଏଥର ଆତଙ୍କୀ ସମୁଦ୍ର ପଥ ଦେଇ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ପାକିସ୍ତାନର ଗତିବିଧି ଉପରେ ନଜର ରଖୁଥିବା କିଛି ଗୁଇନ୍ଦା ଏଜେନ୍ସି ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀଙ୍କୁ ସତର୍କ ରହିବାକୁ କହିଛନ୍ତି। ଏଜେନ୍ସି ନୌସେନାକୁ ବନ୍ଦର, କାର୍ଗୋ ସିପ ଓ ତୈଳ ଟ୍ୟାଙ୍କର ଉପରେ ନଜର ରଖିବାକୁ କହିଛନ୍ତି। 

ରିପୋର୍ଟ ମୁତାବକ ଗତ ପ୍ରାୟ ୫-୬ ମାସ ହେବ ପାକିସ୍ତାନରୁ ଲସ୍କର ଏ ତୈବା ସୀମାରେ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛନ୍ତି।  ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ ଲସ୍କର ବ୍ୟତୀତ ଜୈଶ ଏ ମହମ୍ମଦ ମଧ୍ୟ ନିଜର ସଦସ୍ୟଙ୍କୁ ପହଁରା ଓ ଡିପ୍ ଡାଇଭିଂ ପରି ପ୍ରଶିକ୍ଷଣ ଦେଉଛି। ଯାହା ଫଳରେ ଭାରତକୁ ଟାର୍ଗେଟ୍ କରାଯାଇ ପାରିବ।

ରିପୋର୍ଟ ମୁତାବକ, ଲସ୍କରର ଆତଙ୍କୀ କାର୍ଗୋ ସିପ୍ କିମ୍ବା ତୈଳ ଟ୍ୟାଙ୍କରକୁ  ହାଇଜ୍ୟାକ କରି ଭାରତୀୟ ବନ୍ଦର ଉପରେ ଆକ୍ରମଣ କରି ପାରନ୍ତି କିମ୍ବା ଆନ୍ତଃଦେଶୀୟ ଜଳ ଚ୍ୟାନେଲ ମାଧ୍ୟମରେ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଅନୁପ୍ରବେଶ କରାଇପାରେ।  ମାତ୍ର ସମୁଦ୍ର ପଥରେ  ଭାରତରେ ଆତଙ୍କୀ ଆକ୍ରମଣ କରିବା ଲସ୍କର ପାଇଁ କୌଣସି ନୂତନ କଥା ନୁହେଁ। ମାତ୍ର ଏଥର ଏହି ସଂଗଠନ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ରହିଛି। 

ଉଲ୍ଲେଖଯୋଗ୍ୟ ୨୬/୧୧ ଆକ୍ରମଣର ଅଭିଯୁକ୍ତ ଡେଭିଡ କୋଲେମାନ ହେଡଲୀ ୨୦୧୦ରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ ୟାକୁବ ମେନନର ନାମ କହିଥିଲା। ୟାକୁବ  ଆତଙ୍କୀ ଗ୍ରୁପର ମରିନ ଓ୍ଵିଙ୍ଗର ମୁଖ୍ୟ ଥିଲା। ୟାକୁବ ହିଁ ପାକିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇଥିଲା। 

Subscribe

National International State Sports Entertainment