ହାଇଦ୍ରାବାଦ, ଅକ୍ଟୋବର ୧୨(ଖବର ଓଡିଶା):
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ସୁରକ୍ଷାରେ ଢିଲା ହୋଇଥିବା ନଜର ଆସିଛି । ରାଜକୋଟ ପରେ ବର୍ତମାନ ହାଇଦ୍ରାବାଦରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଆଜି ଜଣେ ଅଜ୍ଞାତ ବ୍ୟକ୍ତି ଭାରତୀୟ ଅଧିନାୟକ କୋହଲିଙ୍କ ନିକଟକୁ ଚାଲି ଆସିଥିଲେ ।
ସକାଳେ ମ୍ୟାଚ ଆରମ୍ଭର ଏକ ଘଂଟା ପରେ ଜଣେ ଦର୍ଶକ କୋହଲିଙ୍କ ନିକଟକୁ ଧାଇଁ କରି ଆସି ଯାଇଥିଲେ । କୋହଲିଙ୍କୁ ସେ ଆଲିଙ୍ଗନ କରିବା ସହ ସେଲଫି ନେବା ପାଇଁ ଚେଷ୍ଟା କରିଥିଲେ ।
ଏହା ପୂର୍ବରୁ ରାଜକୋଟ ଟେଷ୍ଟରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ଖେଳ ସମୟରେ ଦୁଇଜଣ ଦର୍ଶକ ପଡିଆ ମଧ୍ୟକୁ ଆସି ଯାଇଥିଲେ । ସେମାନେ ମଧ୍ୟ କୋହଲିଙ୍କ ସହ ସେଲଫି ନେବା ପାଇଁ ପ୍ରୟାସ କରିଥିଲେ ।