ଇମରାନଙ୍କୁ ଭେଟିଲେ ଭାରତୀୟ ଉଚ୍ଚାୟୁକ୍ତ, ଉଠିଲା କାଶ୍ମୀର ପ୍ରସଙ୍ଗ
Khabar Odisha:imran-khan-raises-kashmir-issue-with-indian-envoy-bisaria-raises-issue-of-crossborder-terrorism
ନୂଆଦିଲ୍ଲୀ, ଅଗଷ୍ଟ ୧୧(ଖବର ଓଡିଶା) :

ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଜୟ ବିସାରିଆ ଗତକାଲି ପାକର ଭାବି ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଭେଟିଛନ୍ତି । ଅଜୟ ନିର୍ବାଚନରେ ବିଜୟୀ ହୋଇ ଥିବାରୁ ଇମରାନଙ୍କୁ ଶୁଭେଚ୍ଛା ଜଣାଇବା ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିସାରିଆ ଏହି ଆଲୋଚନାକୁ ସକରାତ୍ମକ କହିଛନ୍ତି । ଇମରାନ ଆଗାମୀ ୧୮ତାରିଖରେ ଶପଥ ନେଉଥିବା ବେଳେ ଏହି ଆଲୋଚନା ଅନେକ ଗୁରୁତ୍ୱ ବହନ କରୁଛି । 

ଦୁଇ ଅଧିକାରୀଙ୍କ ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ସୀମାପାର ଆତଙ୍କବାଦ ଏବଂ କାଶ୍ମୀର ପ୍ରସଙ୍ଗ ଉଠିଥିଲା । ଏହା ସହ କାଶ୍ମୀର ସୀମାରେ ମାନବାଧିକୀର ଉଲଙ୍ଘନ କଥା ଉଠାଇଥିଲେ ଇମରାନ । 

ବିସାରିଆ ଟ୍ୱିଟ୍ ମାଧ୍ୟମରେ ଏହି ଆଲୋଚନାକୁ ସକରାତ୍ମକ କହିଛନ୍ତି । ସେ ଇମରାନଙ୍କୁ ଏକ କ୍ରିକେଟ୍ ବ୍ୟାଟ୍ ଉପହାର ଦେଇଥିବା ଦେଖାଯାଇଛି, ଯେଉଁଥିରେ ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ ଦସ୍ତଖତ ରହିଛି । ବିସାରିଆ ମୋଦୀଙ୍କ ତରଫରୁ ମଧ୍ୟ ଇମରାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 ଏହି ଆଲୋଚନାରେ ଇମରାନ ଭାରତକୁ ସାର୍କ୍ ସମ୍ମିଳନୀରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ । ଦୁଇ ଦେଶରେ ଦେଖାଯାଉଥିବା ହିଂସା ପ୍ରସଙ୍ଗକୁ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳିଛି ।   

  • Tags:

Subscribe

National International State Sports Entertainment