ଆଇପିଏଲ ୨୦୧୯: ପ୍ରଥମ ଥର ନିଲାମରେ ସାମିଲ ହେବେ ନାହିଁ ‘ହ୍ୟାମରମ୍ୟାନ’ ରିଚାର୍ଡ ମେଡଲୀ
Khabar Odisha:hammerman-richard-madley-will-not-be-the-part-of-ipl-auction-2019
ନୂଆଦିଲ୍ଲୀ,ଡିସେମ୍ବର୦୬(ଖବର ଓଡ଼ିଶା):

 ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୨ମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।। ଏହି ନିଲାମୀ ପାଇଁ ସବୁ ଫ୍ରାଞ୍ଚାଇଜି ପ୍ରସ୍ତୁତ ଅଛନ୍ତି। ଆଗାମୀ ଡିସେମ୍ବର ୧୮ରେ ଜୟପୁରରେ ହେବାକୁ ଥିବା ଖେଳାଳିଙ୍କ ଅକ୍ସନରେ ଏଥର ଦ ‘ହ୍ୟାମରମ୍ୟାନ’ ଅର୍ଥାତ ନିଲାମୀକର୍ତ୍ତା ରିଚାର୍ଡ ମେଡଲୀ ବୋଲି ଲଗାଉଥିବା ନଜର ଆସିବେ ନାହିଁ। ଏଥର ନିଲାମରେ ୧୦୦୩ ଖେଳାଳି ସାମିଲ ହେବେ। ଏଥିରୁ ୭୪୬ ଭାରତୀୟ ଖେଳାଳି ଅଛନ୍ତି। 

ଏକ ଦଶନ୍ଧିରୁ ଅଧିକ ସମୟ ଧରି ଖେଳାଯାଉଥିବା ଏହି ଲିଗରେ ପ୍ରଥମ ଥର ମ୍ୟାଡେଲି ନିଲାମରେ ନଜର ଆସିବେ ନାହିଁ। ତାଙ୍କ ଜାଗାରେ ହ୍ୟୁ ଏଡମିଡ୍ସ ଖେଳାଳିଙ୍କ ବୋଲି ଲଗାଇବେ। ହ୍ୟୁ ହେଉଛନ୍ତି କ୍ଲାସିକ କାରର ନିଲାମକର୍ତ୍ତା। ଏହି ପେଶାରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। ଅନ୍ୟ ପଟେ ମ୍ୟାଡଲି ଟ୍ଵିଟରେ ସୂଚନା ଦେଇ କହିଛନ୍ତି ଯେ ଏଥର ଆଇପିଏଲ ନିଲାମରେ ସେ ଅଂଶ ଗ୍ରହଣ କରି ପାରିବେ ନାହିଁ।

ମ୍ୟାଡେଲି ଲେଖିଛନ୍ତି ଯେ ଆଇପିଏଲ ୨୦୧୯ ନିଲାମକୁ ଆୟୋଜିତ ନକରିପାରିବାରୁ କ୍ଷମା ଚାହୁଁଛି। ଆଇପିଏଲର ଆରମ୍ଭରୁ ଏହାର ଅଂଶ ହୋଇ ରହିବା ସମ୍ମାନର କଥା। ଭାରତ ଏବଂ ଅନ୍ୟ ଦେଶର ଅନେକ ମିତ୍ରଙ୍କୁ ମୁଁ ମିସ୍ କରିବି। ଆପଣଙ୍କ ଦ୍ଵାରା ଦିଆଯାଇଥିବା ସମ୍ମାନ ପାଇଁ ବହୁତ ଧନ୍ୟବାଦ। ଦ ହ୍ୟାମରମ୍ୟାନ।

ନିଲାମୀରେ ଏଥର ୮୦୦ ଏମିତି ଖେଳାଳି ସାମିଲ ହୋଇଛନ୍ତି, ଯେଉଁମାନେ କେବେ ଆଇପିଏଲ ଖେଳି ନାହାନ୍ତି। ଲିଗର ଇତିହାସରେ ଏହା ପ୍ରଥମ ଥର ୯ଟି ରାଜ୍ୟର ଖେଳାଳି ନିଲାମ ପାଇଁ ନିଜର ନାମ ପଞ୍ଜିକୃତ କରିଛନ୍ତି। ଏହି ରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶ, ବିହାର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ଉତ୍ତରାଖଣ୍ଡ ଓ ପୁଡୁଚେରୀ ସାମିଲ। ଏହି ସବୁ ରାଜ୍ୟର ଖେଳାଳିଙ୍କୁ ଚଳିତ ବର୍ଷ ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇ ଅନୁମତି ଦେଇଛି। 

Subscribe

National International State Sports Entertainment