ମଦବିରୋଧୀ ଉପରେ ନରମିଲେ ନୀତିଶ କୁମାର, କୋଠର ନିୟମକୁ ହଟାଇବେ
Khabar Odisha:bihar-government-will-present-an-amendment-law-on-the-liquor-prohibition-act
ପାଟନ,ଜୁଲାଇ୧୦(ଖବର ଓଡ଼ିଶା):

 ନୀତିଶ କୁମାରଙ୍କ ବିହାର ସରକାର ମଦବିରୋଧୀ କାନୁନରେ ବଡ଼ ପରିବର୍ତ୍ତନ କରିବାକୁ ମଞ୍ଜୁରୀ ଦେଇଛନ୍ତି।  ବୁଧବାର କ୍ୟାବିନେଟ୍ ବୈଠକରେ ଏଥିରେ ପରିବର୍ତ୍ତନ କରାଯାଇଛି ଏବଂ ଏହାକୁ ମୌସୁମୀ ଅଧିବେଶନରେ ଉପସ୍ଥାପନା କରାଯିବ। ଉଲ୍ଲେଖଯୋଗ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ରାଜ୍ୟରେ ମଦବିରୋଧୀ କାନୁନ୍ ଲାଗୁ କରିଥିଲେ। ମାତ୍ର ଗତ ମାସରେ ନୀତିଶ ଏହି କାନୁନରେ ସଂଶୋଧନ କରିବାର ସଙ୍କେତ ଦେଇଥିଲେ। 

ବିହାର କ୍ୟାବିନେଟ୍ ସଚିବ ଅରୁଣ କୁମାର ସିଂହ କହିଛନ୍ତି ଯେ ବିହାର ସରକାରଙ୍କ ପକ୍ଷରୁ ବିଧାନସଭାର ଆଗାମୀ ଅଧିବେଶନରେ ମଦବିରୋଧୀ କାନୁନରେ କିଛି ସଂଶୋଧନ କରାଯିବ। କାନୁନରେ କରାଯାଇଥିବା ପରିବର୍ତ୍ତନ ଅନୁସାରେ ମଦ ମିଳିଲେ ସଜାକୁ କୋହଳ କରାଯାଇଛି।  ସେହି ନିୟମକୁ ମଧ୍ୟ ସମାପ୍ତ କରାଯିବ ଯେଉଁ  ଆଧାରରେ ଯେଉଁ ଘରୁ ମଦ ମିଳିବ  ତାକୁ ଜବତ କରାଯିବ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ମଧ୍ୟ ହେବ। 

ନିୟମରେ ହୋଇଥିବା ସଂଶୋଧନ ମୁତାବକ ମଦ ମିଳିଲେ ଘର, ବାହାନ ଓ ଜମି ଜବତ କରିବାର ପ୍ରାବଧାନରେ କୋହଳ କରାଯିବ। ଏହି ସଂଶୋଧନରେ ମଦବିରୋଧୀ କାନୁନ ଆଧାରରେ ଆଦାୟ ହେଉଥିବା ଜୋରିମାନାକୁ ଶେଷ କରିବାର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। 

  • Tags:

Subscribe

National International State Sports Entertainment