#Me Too ର ପ୍ରଭାବ: ହାଉସଫୁଲ ୪ର ସୁଟିଂ ବାତିଲ କଲେ ଅକ୍ଷୟ, ଆମିର ମଧ୍ୟ ଛାଡି ସାରିଛନ୍ତି ଫିଲ୍ମ
Khabar Odisha:after-metoo-allegations-against-sajid-akshay-kumar-cancelled-housefull-4-shoot
ନୂଆଦିଲ୍ଲୀ, ଅକ୍ଟୋବର୧୨(ଖବର ଓଡ଼ିଶା):

 ବଲିଉଡରେ #Me Too ଅଭିଯାନ ଏବେ ତୀବ୍ର ରୂପ ନେବାରେ ଲାଗିଛି। ଏହି ଅଭିଯାନରେ ଏବେ ବଡ଼ ବଡ଼ ହସ୍ତୀ ମଧ୍ୟ ସ୍ଵର ଉତ୍ତୋଳନ କଲେଣି। ଅନେକ ବଡ଼ ବଡ଼ ନିର୍ଦ୍ଦେଶକ ଓ କଳାକାରଙ୍କ ବିରୋଧରେ  ମହିଳା କଳାକାର, ସାମ୍ବାଦିକ ଯୌନ ଶୋଷଣର ଅଭିଯୋଗ କରିଛନ୍ତି।  ଏବେ ଏହି ମାମଲା ମଧ୍ୟରେ  ଏକ ବଡ଼ ଖବର ଆସିଛି। ଅଭିନେତା ଅକ୍ଷୟ କୁମାର  ହାଉସଫୁଲ ୪ର ସୁଟିଂ ବାତିଲ କରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ସାଜିଦ ଖାନଙ୍କ ଉପରେ ମଧ୍ୟ ଯୌନ ଶୋଷଣ ଅଭିଯୋଗ ହୋଇଛି। ଯାହାର ପ୍ରଭାବ ଏବେ ଏହି ଫିଲ୍ମ ଉପରେ ପଡ଼ିଛି।

ଅନ୍ୟ ପଟେ ଅଭିଯୋଗ  ପରେ ନୈତିକତା ଦୃଷ୍ଟିରୁ ନିଜକୁ ଦାୟୀ ମନେ କରି ସାଜିଦ ହାଉସଫୁଲ ୪ର ନିର୍ଦ୍ଦେଶନାରୁ ନିଜକୁ ଦୂରେଇ ନେଇଛନ୍ତି। ସାଜିଦ ଟ୍ଵିଟ୍ କରି କହିଛନ୍ତି ଯେ  ମିଡିଆ ସାଥୀଙ୍କୁ ଅପିଲ କରୁଛି ଯେ ସତ୍ୟ ସାମ୍ନାକୁ ନଆସିବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିରେ ନପହଞ୍ଚନ୍ତୁ। ସାଜିଦ ଏହା ମଧ୍ୟ ଲେଖିଛନ୍ତି ଯେ,  ପରିବାର ଓ ଫିଲ୍ମର ନିର୍ମାଣ ଉପରେ ପଡିଥିବା ଚାପକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି।

ଅକ୍ଷୟ କୁମାରଙ୍କ ପୂର୍ବରୁ ପ୍ରସିଦ୍ଧ ଅଭିନେତା ଆମିର ଖାନ ମଧ୍ୟ ଗୁଲସନ କୁମାରଙ୍କ ବାୟୋପିକ ‘ମୁଗଲ’ରେ କାମ କରିବାକୁ ମନା କରି ସାରିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ସୁଭାଷ କପୁରଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଅାସିବା ପରେ  ଆମିର ଏହି ନିଷ୍ପତ୍ତି ନେଇଥିଲେ। ଏହି ଅଭିଯୋଗ ପରେ ନିର୍ମାତା ଭୂଷଣ କୁମାର ସୁଭାଷଙ୍କୁ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରୁ ହଟାଇ ଦେଇଥିଲେ। 

ଏବେ ଅକ୍ଷୟ କୁମାର ନିଜେ ଟ୍ଵିଟ୍ କରି ହାଉସଫୁଲ ୪ର ସୁଟିଂ ବାତିଲ କରିବାର ସୂଚନା ଦେଇଛନ୍ତି। ଅକ୍ଷୟ କୁମାର ଟ୍ଵିଟ୍ କରି ଲେଖିଛନ୍ତି ଯେ, ସେ ଏବେ ତୁରନ୍ତ ଦେଶକୁ ଫେରୁଛନ୍ତି ଏବଂ ସେ ବିଚଳିତ କରିଦେବା ଭଳି ଖବର ପଢିଛନ୍ତି। ମୁଁ ହାଉସଫୁଲ ୪ର ନିର୍ମାତାଙ୍କ ଯାଞ୍ଚ  ପୂରା ନହେବା ପର୍ୟ୍ୟିନ୍ତ  ସୁଟିଂ ବାତିଲ କରିବାକୁ ଅନୁରୋଧ କରିଥିଲି। ଅକ୍ଷୟ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଏହି ସବୁ ଅଭିଯୋଗ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। 

ଅକ୍ଷୟ ଲେଖିଛନ୍ତି ଯେ ସେ ଏମିତି ଜଣେ ବ୍ୟକ୍ତିଙ୍କ ସହ କାମ କରିବେ ନାହିଁ ଯିଏ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବ। ଅକ୍ଷୟ ଦାବି କରିଛନ୍ତି ଯେ ତାଙ୍କ ସହିତ ମଧ୍ୟ ଶୋଷଣ ହୋଇଛି। ତାଙ୍କ ପୀଡ଼ାକୁ ମଧ୍ୟ ଶୁଣାଯାଉ ଏବଂ ତାଙ୍କ ସହିତ ମଧ୍ୟ ନ୍ୟାୟ ହେଉ। ଏଠାରେ କହି ରଖୁଛୁ ଯେ  ଗତ ଦିନରେ ଏକ ସାକ୍ଷାତକାରରେ ସାମ୍ବାଦିକ କରିସ୍ମା ଉପାଧ୍ୟାୟ ସାଜିଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ। 

Subscribe

National International State Sports Entertainment