ଶାହାରୁଖଙ୍କ ‘ଜିରୋ’ ସିନେମା ଶିଖମାନଙ୍କ ଭାବନାକୁ ଆଘାତ କରିଛି: କଂଗ୍ରେସ ନେତା
Khabar Odisha:Congress-Says-Trailer-Of-Zero-Movie-Hurt-Feelings-Of-The-Sikhs
ମୁମ୍ବାଇ, ନଭେମ୍ବର ୯, (ଖବର ଓଡିଶା)

ଶାହାରୁଖ ଖାନଙ୍କ ବହୁ ଚର୍ଚ୍ଚିତ ସନେମା ‘ଜିରୋ’ ଏବେ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ରିଲିଜ ହେବା ପୂର୍ବରୁ ଏହି ସିନେମା ରାଜନୈତିକ ଅକ୍ରୋଶର ଶିକାର ହୋଇଛି । କଂଗ୍ରେସ ନେତା ଚରଣ ସିଂହ ସପରା ଅଭିଯୋଗ କରିଛନ୍ତିକି,  ଶାହରୁଖ ଖାନଙ୍କ ସିନେମାରଏକ ଦୃଶ୍ୟରେ ଶିଖ ସମ୍ପ୍ରଦାୟଙ୍କ ଭାବନାକୁ ଆଘାତ ଦେଇଛି। ଫିଲ୍ମରୁ ଏହି ଦୃଶ୍ୟଟିକୁ ବାଦ୍ ଦେବାକୁ ଦାବି କରିଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶନା ଆନନ୍ଦ ଏଲ୍ ରାୟ ଦେଇଛନ୍ତି। ଜିରୋ ଫିଲ୍ମ ଡିସେମ୍ବର ୨୧ରେ ରିଲିଜ ହେବ। ମୁମ୍ବାଇର କଂଗ୍ରେସ ଉପାଧ୍ୟକ୍ଷ ଚରଣ ସିଂ ସପରା କହିଛନ୍ତି ଯେ ସେ ପୋଲିସ ଜୋନ-୭ର ଉପାୟୁକ୍ତଙ୍କୁ ଏହି ବିଷୟରେ ଚିଠି ଲେଖିଛନ୍ତି। ସେ ଏହି ଫିଲ୍ମର ନିର୍ମାତାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ସେ ଦାବି କରିଛନ୍ତି ଯେ ଶାହରୁଖ ଏହି ଫିଲ୍ମରେ ଆଖୁର କୃପାଣ ପିନ୍ଧିଛନ୍ତି ଏବଂ ଏହାର ଉପହାସ କରୁଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ,କ୍ୟାଟ୍ରିନା କୈଫ ଏବଂ ଅନୁଷ୍କା ଶର୍ମା ଅଭିନୟ କରିଛନ୍ତି। ଶାହାରୁଖ ଏହି ସିନେମାକୁ ନେଇ ଉତ୍କଣ୍ଠିତ ଥିବା ବେଳେ, ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ସିନେମାର ରିଲିଜକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । 

Subscribe

National International State Sports Entertainment