ଅବୁଧାବି କୋର୍ଟରେ ହିନ୍ଦୀକୁ ମିଳିଲା ତୃତୀୟ ସରକାରୀ ଭାଷାର ମାନ୍ୟତା
Khabar Odisha:international-odisha-abu-dhabi-includes-hindi-as-third-official-court-language
ନୂଆଦିଲ୍ଲୀ, ଫେବୃଆରୀ ୧୦ (ଖବର ଓଡିଶା) :

 ଆରବିକ ଏବଂ ଇଂରାଜୀ ପରେ ତୃତୀୟ ଅଫିସିଆଲ ଭାଷା ଭାବେ ହିନ୍ଦୀ ଭାଷାକୁ ଅବୁଧାବି ଅଦାଲତରେ ମାନ୍ୟତା ଦିଆଯାଇଛି । ଶନିବାର ଦିନ ଅବୁଧାବିର ନ୍ୟାୟିକ ବିଭାଗ କହିଥିଲେ କି, ଏହାକୁ ସାମ୍ବିଧାନିକ ଭାବରେ ଗ୍ରହଣ କରାଯାଇଛି । ଅଦାଲତର ନ୍ୟାୟିକ ପ୍ରକ୍ରିୟା, ସେମାନଙ୍କର ମୌଳିକ ଅଧୀକାର ଏବଂ ଦାୟିତ୍ୱକୁ ବୁଝିବାରେ ଏହା ହିନ୍ଦୀ ଭାଷାଭାଷୀଙ୍କ ପାଇଁ ସହାୟକ ହେବ ଏବଂ ଏନେଇ ଅବୁଧାବି ନ୍ୟାୟିକ ଅଦାଲତ ୱେବସାଇଟରେ ହିନ୍ଦୀରେ ସମସ୍ତ ସୂଚନା ଉପଲବ୍ଧ ହେବ । 

ସରକାରୀ ତଥ୍ୟ ମୁତାବକ ବର୍ତମାନ ୟୁଏଇର ଜନସଂଖ୍ୟା ୯ମିଲିଅନ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଜନସଂଖ୍ୟା ବିଦେଶୀ ରାଷ୍ଟ୍ରରୁ ଅଛନ୍ତି । ଏଥିରୁ ଭାରତର ୨.୬ ମିଲିଅନ ସମ୍ପ୍ରଦାୟ ରହିଛନ୍ତି । ଅର୍ଥାତ୍ ୟୁଏଇରେ ଥିବା ସମୁଦାୟ ଜନସଂଖ୍ୟାର ୩୦ ପ୍ରତିଶତ ହେଉଛନ୍ତି ଭାରତୀୟ । ଏଡିଜେଡିର ଅଧିବକ୍ତା ୟୁସେଫ ସଇଦ ଏଲଅବ୍ରି କହିଛନ୍ତି କି, ହିନ୍ଦୀ ଭାଷାକୁ ତୃତୀୟ ସରକାରୀ ମାନ୍ୟତା ଦେବା ଦ୍ୱାରା ନ୍ୟାୟିକ ମକୋଦ୍ଦମାରେ ସ୍ୱଚ୍ଛତା ଆସିବ ଏବଂ ନ୍ୟାୟିକ ପ୍ରକ୍ରିୟା ପ୍ରୋତ୍ସାହିତ ହେବ । 

ଏଲ ଅବ୍ରୀ କହିଛନ୍ତି କି, ଦ୍ୱିଭାଷୀ ମକୋଦ୍ଦମା ପ୍ରକ୍ରିୟାରେ ନୂତନ ଭାଷା ଏକ ଅଂଶ ହେବ । ୨୦୧୮ ନଭେମ୍ବରରେ ଏହାର ପ୍ରଥମ ପର୍ଯ୍ୟାୟ ଲଂଚ ହୋଇଥିଲା । ଏହା ଦ୍ୱାରା ଭାରତୀୟଙ୍କୁ ଏବଂ ହିନ୍ଦୀ ସମ୍ପ୍ରଦାୟର ଲୋକଙ୍କୁ ସରକାରୀ କ୍ଷେତ୍ରରେ ସହାୟକ ହେବ । 

Subscribe

National International State Sports Entertainment