ପଡୋଶୀ ନେପାଳ ଦେଲା ଭାରତକୁ ଝଟକା, ମିଳିତ ଯୁଦ୍ଧାଭ୍ୟାସରେ କରିବନି ଅଂଶଗ୍ରହଣ
Khabar Odisha:Nepal-not-to-participate-in-joint-war-practice-in-Pune

କାଠମାଣ୍ଡୁ, ସେପ୍ଟେମ୍ବର ୦୯ (ଖବର ଓଡ଼ିଶା): ଏକ ରାଜନୈତିକ ବିବାଦ ଦେଖାଯିବା ପରେ ନେପାଳ ସେନା ଭାରତରେ ଆୟୋଜିତ ହେବାକୁ ଯାଉଥିବା ‘ବିମ୍ସଟେକ’ର ପ୍ରଥମ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛି । ଗଣମାଧ୍ୟମରେ ପ୍ରଚାରିତ ହୋଇଥିବା ଖବର ଅନୁସାରେ ବିମ୍ସଟେକ ଦେଶ ସମୂହ ସହିତ ସେନାର ଯୁଦ୍ଧାଭ୍ୟାସ ରେ ନେପାଳି ସେନା ସାମିଲ ହେବା ନେଇ ଦେଶରେ ରାଜନୈତିକ ବିବାଦ ସୃଷ୍ଟି ହୋଇ ଯାଇଛି । ଏହା ପରେ ନେପାଳ ସେନା ବିମ୍ସଟେକ ଯୁଦ୍ଧାଭ୍ୟାସରେ ଅଂଶ ଗ୍ରହଣ ନ କରିବାକୁ ସ୍ଥିର କରିଛି । ପ୍ରଧାନମନ୍ତ୍ରୀ ପି. ଶର୍ମା ଓଲି ରାଷ୍ଟ୍ରୀୟ ସୁରକ୍ଷା ବଳକୁ କହିଛନ୍ତି, ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ ନ କରନ୍ତୁ । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନେପାଳି ସେନାକୁ ଏଥିରୁ ଓହରି ଯିବାକୁ ପଡ଼ିଛି । ମିଡିଆର ରିପୋର୍ଟ ଅନୁସାରେ ନେପାଳି ସେନା ପୁଣେ ଯିବାକୁ ବାହାରୁ ଥିବା ବେଳେ ନିଷ୍ପତ୍ତି ହୋଇଥିଲା । 

ମହାରାଷ୍ଟ୍ରର ପୁଣେରେ ସୋମବାର ବିମ୍ସଟେକ ଦେଶର ସେନାମାନେ ମିଳିତ ଯୁଦ୍ଧାଭ୍ୟାସ କରିବେ । କ୍ଷମତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ଟାଣୁଆ ନେତାଙ୍କ ସମେତ ଅନ୍ୟ କିଛି ଲୋକ କଡା ସମାଲୋଚନା କରିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ବେ ଅଫ ବେଙ୍ଗଲ ଇନିସିଏଟିଭ ଫର ମଲ୍ଟି-ସେକ୍ଟୋରଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ କୋ-ଅପରେସନ(ବିମ୍ସଟେକ) ହେଉଛି ଏକ ଆଞ୍ଚଳିକ ସଂଗଠନ । ଏଥିରେ ଭାରତ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ଭୂଟାନ ଓ ନେପାଳ ସଦସ୍ୟ ଅଛନ୍ତି । ସମସ୍ତ ୭ଟି ଦେଶ ନିଜର ସ୍ଥଳ ସେନାର ୩୦-୩୦ ସୈନ୍ୟ ଯୁଦ୍ଧାଭ୍ୟାସ ପାଇଁ ପଠାଇବାକୁ ସହମତି ଦେଇଥିଲେ । 

ନେପାଳି ସେନା ଭାରତରେ ଆୟୋଜିତ ଯୁଦ୍ଧାଭ୍ୟାସରେ ସାମିଲ ହେବା ନେଇ ରାଜନୈତିକ ପରିସ୍ଥିତି ଦେଖାଯିବା ପରେ ସରକାର ବାଧ୍ୟ ହୋଇ ଦେଶର ସେନାର ଅଂଶଗ୍ରହଣକୁ ବନ୍ଦ କରି ଦେଇଛନ୍ତି । ଗଣମାଧ୍ୟମର ଜଣେ ପରାମର୍ଶଦାତା କହିଛନ୍ତି ସରକାର ନେପାଳି ସେନାକୁ ଆଦେଶ ଦେଇଛନ୍ତି ଯେ, ସେମାନେ ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ନ ହୁଅନ୍ତୁ । ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, ତାଙ୍କୁ ଔପଚାରିକ ଭାବରେ କୌଣସି ନିର୍ଦ୍ଦେଶ ହୋଇ ନାହିଁ କିନ୍ତୁ ୩୦ ସଦସ୍ୟଙ୍କୁ ଭାରତ ନ ଯିବା ପାଇଁ କୁହାଯାଇଛି । ସେ କହିଛନ୍ତି, ଅଭ୍ୟାସର ପ୍ରସ୍ତୁତି ପାଇଁ ଭାରତ ଯାଇଥିବା ୩ ଜଣ ଅଧିକାରୀ ଖୁବ ଶୀଘ୍ର ଫେରି ଆସିବେ । 

 

  • Tags:

Subscribe

National International State Sports Entertainment