ଅନୂପ ଜେସଲୀନଙ୍କ ସମ୍ପର୍କର ନୂଆ ଖୁଲାସା, ମାଷ୍ଟରମାଇଣ୍ଡ ପିତାର ଥିଲା ଷଡଯନ୍ତ୍ର
Khabar Odisha:video-anup-jalota-evicted-exposed-relationship-with-jasleen-matharu
ନୂଆଦିଲ୍ଲୀ, ଅକ୍ଟୋବର ୨୯ (ଖବର ଓଡିଶା) :

ଗତକାଲି ଅନୂପ ଜଲୋଟା ବିଗ ବସ ୧୨ରୁ ବାହାରିଛନ୍ତି । ସେ  ବାହାରକୁ ଆସିବା ପରେ ସମସ୍ତଙ୍କୁ ଲାଗିଥିଲା ଯେ, ତାଙ୍କ ଗର୍ଲଫ୍ରେଣ୍ଡ ଜଶଲୀନ ମଥାରୂ ଏକା ହୋଇଯିବେ । କାରଣ ଏହି ଯୋଡି ସବୁବେଳେ ରୋମାଂଟିକ ଯୋଡି ଭାବରେ ଦର୍ଶକଙ୍କ ସାମ୍ନାରେ ଥିଲେ । କିନ୍ତୁ ଏବେ ସେମାନଙ୍କର ସତ୍ୟତା ଦର୍ଶକଙ୍କ ସାମ୍ନାକୁ ଆସିଛି । ଭଜନ ସମ୍ରାଟ ଜଲୋଟା ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି କି, ଜଶଲୀନଙ୍କ ସହ ତାଙ୍କର କେବଳ ସଙ୍ଗୀତ ଶିଖାଇବା ପର୍ଯ୍ୟନ୍ତ ସମ୍ପର୍କ ରହିଛି । କିନ୍ତୁ ବିଗ ବସ୍ ରେ ଯିବା ପଛରେ ଜଶଲୀନଙ୍କ ପିତାଙ୍କର ହାତ ରହିଛି । ସେ ତାଙ୍କ ସମ୍ପର୍କ ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ଶୁଣିଲେ ଅାପଣ ମଧ୍ୟ ଚକିତ ହୋଇଯିବେ ।  

ଅନୂପ କହିଛନ୍ତି କି, ତାଙ୍କ ପାଖକୁ ଜଶଲୀନ ଆସିଥିଲେ ଯେ ତାଙ୍କୁ ବିଗ ବସରୁ ଡକରା ଆସିଛି ଏବଂ ଏହି ଶୋରେ ତାଙ୍କୁ ଏକ ବିଚିତ୍ର ଯୋଡିରେ ଯିବାକୁ ପଡିବ । କିନ୍ତୁ ସେ ରାଜି ହୋଇ ନଥିଲେ ପରେ ଜଶଲୀନଙ୍କ ପିତା ତାଙ୍କୁ କହିଥିଲେ ଯେ, ତାଙ୍କ ଝିଅ ସହ ସେ ଗଲେ ଜଶଲୀନଙ୍କ ମଙ୍ଗଳ ହେବ । ତେଣୁ ଅନୂପ ରାଜି ହୋଇଯାଇ ଥିଲେ । କେବଳ ସେତିକି ନୁହେଁ ବିଗ୍ ବସଙ୍କ ଘରେ ଅନୂପ ଜଶଲୀନଙ୍କ ସହ ରୋମାଂଟିକ ଡେଟରେ ଯିବା କଥାରେ ମଧ୍ୟ କହିଛନ୍ତି କି ତାଙ୍କ ସହ କେବଳ ସଙ୍ଗୀତର ସମ୍ପର୍କ ରହିଛି । 

ଏହି ସମୟରେ ଷଡଯନ୍ତ୍ରର ସୂତ୍ରଧର ଜଶଲୀନଙ୍କ ପିତା କେସର ମଥାରୂ ଗଣମାଧ୍ୟମ ସାମ୍ନାରେ କହିଛନ୍ତି କି ସେ କେବେବି ତାଙ୍କ ସମ୍ପର୍କକୁ ସମ୍ମତି ଦେବେ ନାହିଁ । ୪ ବର୍ଷ ତଳେ ସେ ନିଜ ଝିଅକୁ ଅନୂପଙ୍କ ନିକଟକୁ ଗୀତ ଶିଖିବା ପାଇଁ ପଠାଇ ଥିଲେ କିନ୍ତୁ ତାଙ୍କ ମଧ୍ୟରେ ଏଭଳି ସମ୍ପର୍କ ରହିଛି ତାହା ବିଷୟରେ ତାଙ୍କ ପରିବାର ଅବଗତ ନଥିଲା । ସେ ଧୀରେ ଧୀରେ ଏଥିରୁ ଦୂରେଇ ଯିବେ । ତେବେ ଏସବୁ ପରେ ଦର୍ଶକଙ୍କ ମଧ୍ୟରେ କଣ ପ୍ରଭାବ ପଡିବ ତାହା ପ୍ରଶ୍ନବାଚୀ ହୋଇ ରହିଛି । 

Subscribe

National International State Sports Entertainment