ତନୁଶ୍ରୀ ଦତଙ୍କୁ ଧମକ ମିଳିବା ପରେ ସୁରକ୍ଷା ବଢାଇଲା ମୁମ୍ବାଇ ପୁଲିସ
Khabar Odisha:tanushree-dutta-get-mumbai-police-protection-cinta-will-investigate-case-again
ମୁମ୍ବାଇ, ଅକ୍ଟୋବର ୦୩ (ଖବର ଓଡିଶା) :

ତନୁଶ୍ରୀ ଦତ ନାନା ପାଟେକରଙ୍କ ବିରୁଦ୍ଧରେ ଶୋଷଣ ଅଭିଯୋଗ ଆଣିବା ପରେ ତାଙ୍କୁ ଲଗାତର ଧମକ ଆସୁ ଥିବାର ସୂଚନା ମିଳିଛି । ଫଳରେ ମୁମ୍ବାଇ ପୁଲିସ ତାଙ୍କର ସୁରକ୍ଷା ବ୍ୟବସ୍ଥା କଡା କଡି କରିଛି । ଏବେ ତାଙ୍କୁ ୨୪ ଘଂଟା ସୁରକ୍ଷା ପ୍ରହରୀ ମଧ୍ୟରେ ରଖା ଯାଇଛି । 

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ତନୁଶ୍ରୀ ନାନା ପାଟେକରଙ୍କର ହର୍ଣ୍ଣ ଓକେ ପ୍ଲିଜ୍ ଫିଲ୍ମରେ ଏକ ଗୀତରେ ନିଜ ସହ ଶୋଷଣ ହୋଇଥିବା ଖୁଲାସା କରିଥିଲେ । ତାଙ୍କ ସହ ଏହି ଘଟଣା ୧୦ ବର୍ଷ ତଳେ ହୋଇଥିଲା । ସେ ପୁଲିସ ନିକଟରେ ଅଭିଯୋଗ କରିବା ପରେ ନାନା ପାଟେକରଙ୍କ ଫିଲ୍ମ ସେଟରେ ଏକ ରାଜନୈତିକ ଦଳ ପହଂଚି ଗଣ୍ଡଗୋଳ କରିଥିଲା ଏବଂ ତନୁଶ୍ରୀଙ୍କ କାର ଉପରକୁ ଆକ୍ରମଣ କରିଥିଲା । 

ତନୁଶ୍ରୀ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣ କରିଥିବା ଲୋକମାନେ ରାଜ ଠାକରେଙ୍କ ଲୋକ । ଏବଂ ତାଙ୍କ ଦଳ ଏମଏନଏସଠାରୁ ଲଗାତର ଧମକ ଆସୁଛି । ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବଢା ଯାଇଛି । ସେହି ସମୟରେ ସିଆଇଏନଟିଏ ତନୁଶ୍ରୀଙ୍କ ଦ୍ୱାରା ଉଠାଯାଇଥିବା ମାମଲାରେ ସମ୍ପୁର୍ଣ୍ଣ ରୂପରେ ଯାଂଚ କରି ନଥିଲା ତେଣୁ ପୁଣି ଥରେ ଯାଂଚ କରାଯିବ । 

Subscribe

National International State Sports Entertainment