ଖିଲଜୀ ପରେ ଏବେ ଔରଙ୍ଗଜେବ ହେବେ ରଣବୀର କପୁର ?
Khabar Odisha:takht-ranveer-singh-character-revealed-will-play-jahanara-begum-brother-aurangzeb
ନୂଆଦିଲ୍ଲୀ, ଅଗଷ୍ଟ୦୯(ଖବର ଓଡ଼ିଶା):

ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା କରଣ ଜୋହରଙ୍କ ଫିଲ୍ମ ‘ତଖତ’ର ଲୋଗୋ ରିଲିଜ୍ ହୋଇଛି। ଏହାର ଷ୍ଟାର କାଷ୍ଟ ମଧ୍ୟ ଗୁରୁବାର ଘୋଷଣା କରାଯାଇଛି। ଏହି ମେଗା ବଜେଟ୍ ଫିଲ୍ମରେ  ରଣବୀର ସିଂହ, କରୀନା କପୁର, ଆଲିଆ ଭଟ୍ଟ, ଭିକି କୌଶଲ, ଭୂମି ପାଡନେକର, ଜାହ୍ନବୀ କପୁର ଓ ଅନିଲ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଖବର ରହିଛି ଯେ ଫିଲ୍ମରେ ରଣବୀର ସିଂହ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। 

ସୂଚନା ମୁତାବକ ଫିଲ୍ମର କାହାଣୀ ଭାରତରେ ମୋଗଲ ଶାସନ ବିଷୟରେ ପର୍ୟ୍ୟବେସିତ ହେବ। ଏହି ଫିଲ୍ମରେ କରୀନା ମୋଗଲ ସଲତନର ରାଜକୁମାରୀ ଜହାଁନାରା ବେଗମ ଭୂମିକାରେ ଅଭିନୟ କରିବେ। ଜହାଁନାରା ମୋଗଲ ଶାସକ ଶାହାଜାହାନ ଓ ମମତାଜଙ୍କ ବଡ଼ ଝିଅ ଥିଲେ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ରଣବୀର ଜହାଁନାରାଙ୍କ ଭାଇ ଭୂମିକାରେ ନଜର ଆସିବେ। ମାତ୍ର ଏହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ ଜହାଁନାରାଙ୍କ କେଉଁ ଭାଇଙ୍କ ଭୂମିକା ଫିଲ୍ମରେ ଦେଖାଯିବ। କାରଣ ଜହାଁନାରାଙ୍କ ଦୁଇ ଭାଇ ଥିଲେ। ପ୍ରଥମ ଭାଇର ନାମ ଔରଙ୍ଗଜେବ ଓ ଅନ୍ୟ ଭାଇର ନାମ ଦାରା ଶିକୋହ। 

ଯଦି ରଣବୀର ଔରଙ୍ଗଜେବ ଭୂମିକାରେ ଅଭିନୟ କରନ୍ତି ତେବେ ଏହା ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ପଦ୍ମାବତରେ ଅଭିନୟ କରିଥିବା ଆଲାଉଦ୍ଦୀନ ଖିଲଜୀ ପରି ହେବ। ଏହା ସହିତ ଏହି ଫିଲ୍ମଟି ରଣବୀରଙ୍କ ତୃତୀୟ ପିରିୟଡ ଡ୍ରାମା ଫିଲ୍ମ ହେବ। ଏହା ପୂର୍ବରୁ ସେ ବାଜିରାଓ ମସ୍ତାନୀ ଓ ପଦ୍ମାବତରେ ଏହି ଧରଣ ଅଭିନୟ କରିସାରିଛନ୍ତି। ଫିଲ୍ମ ପଦ୍ମାବତରେ ରଣବୀର ଅଭିନୟ ଖୁବ୍ ଆକର୍ଷକ ଥିଲା ଯାହାକୁ ସବୁ ମହଲରେ ପ୍ରଶଂସା କରାଯାଇଥିଲା। ଦର୍ଶକ ରଣବୀରଙ୍କ  ଦୁର୍ଦ୍ଦାନ୍ତ ଏକଛତ୍ରବାଦ ଶାସକ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ। 

  • Tags:

Subscribe

National International State Sports Entertainment