ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁର ଶୀର୍ଷରେ ବିରାଟ,ପଛରେ ପଡିଲେ ଶାହରୁଖ,ସଲମାନ
Khabar Odisha:sports-cricket-odisha-virat-kohli-tops-valuable-celeb-list
ନୂଆଦିଲ୍ଲୀ ଜାନୁଆରୀ ୧୦ (ଖବର ଓଡିଶା)

ଅଷ୍ଟ୍ରେଲିଆକୁ ତାରି ମାଟିରେ  ୭୧ ବର୍ଷ ପରେ ହରାଇାବାର ଖୁସି ଯାଇନଥିବା ବେଳେ ଏବେ ବିରାଟ କୋହଲି ପାଇଁ ଆସିଛି ଆଉ ଏକ ଖୁସି ଖବର । ବିରାଟ କୋହଲି ଭାରତୀୟ ବିଜ୍ଞାପନ ଜଗତର ବାଦଶାହ ହୋଇଛନ୍ତି । 

ବ୍ରାଣ୍ଡ ଭେଲ୍ୟୁ ତୁଳଣାରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ ସବୁ ବଲିଓଡ କଳାକରା ମାନଙ୍କୁ ପଛରେ ପକାଇଛନ୍ତି । ୨୦୧୮ରେ ତାଙ୍କର ବ୍ରାଣ୍ଡ ଭେଲ୍ୟୁ ହେଉଛି ୧୨୦୦ କୋଟି । ଏହି ଆଧାରରେ ସେ ଶାହରୁଖ ଖାନ,ସଲମାନ ଖାନ,ଅକ୍ଷୟ କୁମାର, ଓ ଅମିତାଭ ବଚ୍ଚନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେଲିବ୍ରିଟି ବ୍ରାଣ୍ଡ ଭେଲ୍ୟୁ ରିପୋର୍ଟ ଦ ବୋଲ୍ଡ,ଦ ବିୟୁଟିଫୁଲ ଏଣ୍ଡ ବ୍ରିଲିଆଣ୍ଟ ଆନୁସାରେ ସୂଚୀର ଥିବା ଶୀର୍ଷ ୨୦ ଜଣ ସେଲିବ୍ରିଟିଙ୍କ ବ୍ରାଣ୍ଡର ମୂଲ୍ୟ ୬୨ ହଜାର କୋଟି । ଏହି ରିପୋର୍ଟ ଅନୁସାରେ ଶୀର୍ଷ ୨୦ ରେ ବଲିଓଡ ଅଭିନେତା ଅଭିନେତ୍ରୀଙ୍କ ଦବଦବା ରହିଛି । କୋହଲିଙ୍କ ସହ ତେନ୍ଦୁଲକର,ଏମଏସ ଧୋନୀ,ପିଭି ସିନ୍ଧୁ ଶୀର୍ଷ ୨୦ ଜଣଙ୍କ ମଧ୍ୟରେ ରହିଛନ୍ତି ।

ବିରାଟ କୋହଲି ତଗାତାର ଦ୍ୱିତୀୟ  ବର୍ଷରେ ଏହି ଶୀର୍ଷ ସ୍ଥାନରେ ରହିଛନ୍ତି । ୨୦୧୭ ତୁଳନାରେ ୨୦୧୮ ବିରାଟଙ୍କ ବ୍ରାଣ୍ଡର ମୂଲ୍ୟରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି । ବିରୋଟ ଓ ଅନିଷ୍କାଙ୍କ ବିବାହ ପରେ ବିରାଟଙ୍କ ବ୍ରାଣ୍ଡ ଭେଲ୍ୟୁ ଆହୁରୀ ଅଧିକ ହୋଇଛି । ଏହି ସେଲିବ୍ରିଟି ଦମ୍ପତି ୪୦ ଟି ବ୍ରାଣ୍ଡର ବିଜ୍ଞାପନ କରୁଛନ୍ତି । 

ବିରାଟଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଦିପିକା ପାଦୁକୋନ,ତୃତୀୟ ସ୍ଥାନରେ ଅକ୍ଷୟ କୁମାର ,ଚତୁର୍ଥ ସ୍ଥାନରେ ରଣବୀର ସିଂ ଏବଂ ପଞ୍ଚମ ସ୍ଥାନରେ ଶାହରୁଖ ଖାନ ରହିଛନ୍ତି । 

Subscribe

National International State Sports Entertainment