କ୍ୟାନସର ପୀଡିତା ସୋନାଲୀ ବେନ୍ଦ୍ରେ ‘ଫେଣ୍ଡସିପ୍ ଡେ’ରେ ପୋଷ୍ଟ କଲେ ନୂଆ ଫଟୋ
Khabar Odisha:sonali-bendre-bald-look-viral-fan-says-salute-your-strength-and-resilience
ମୁମ୍ବାଇ, ଅଗଷ୍ଟ ୫, (ଖବର ଓଡିଶା)

ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ ନିଜର କ୍ୟାନସରର ଚିକିତ୍ସା କରାଉଛନ୍ତି । ଫ୍ରେଣ୍ଡସିପ ଡେ ଅବସରରେ ସେ ସୋସିଆଲ ମିଡିଆରେ ଏକ ଫୋଟ ପୋଷ୍ଟ କରିଥିଲେ । ଏହି ଫୋଟରେ ସୋନାଲୀ ବାଲ୍ଡ ଲୁକରେ ନଜର ଆସିଥିଲେ । ସୋନାଲୀ ଚିକିତ୍ସା ପାଇଁ ନିଜ ଚୁଟି କାଟି ଲଣ୍ଡା ହୋଇ ଯାଇଛନ୍ତି । 

ଏହି ଫୋଟରେ ସୋନଲୀ ନିଜ ବେଷ୍ଟଫ୍ରେଣ୍ଡ ଗାୟତ୍ରୀ ଓବରଏ ଓ ସୁଜାନ ଖାନଙ୍କ ସହିତ ନଜର ଆସୁଛନ୍ତି । ସୂଚନାଯୋଗ୍ୟ କି, ରିତିକି ରୋଶନ ଓ ସୁଜାନ ସୋନାଲୀ ବେନ୍ଦ୍ରଙ୍କୁ ଦେଖା କରିବାକୁ ଯାଇଥିଲେ । ଏହି ଫୋଟ ମଧ୍ୟ ରିତିକି ରୋଶନ କ୍ଲିକ କରିଛନ୍ତି । 

ଜଣେ ଅଭିନେତ୍ରୀ କ୍ୟାମେରା ସାମନାରେ ସର୍ବଦା ସୁନ୍ଦର ଦେଖାଯିବାକୁ ଇଚ୍ଛା କରିଥାଏ । କିନ୍ତୁ ସୋନାଲୀ ବାଲ୍ଡ ଫୋଟ ସେୟାର କରି ନିଜ ସାହାସିକ ତାର ପରିଚୟ ଦେଇଛନ୍ତି । ସୋନାଲୀଙ୍କର ଏହି ଫୋଟକୁ ଦେଖି କିଛି ଫ୍ୟାନମାନେ ଭାବୁକ ହୋଇଯାଇଥିଲେ ଓ ତାଙ୍କ ଶୁଭକାମନା କରିଥିଲେ । 

ସୋନାଲୀ ଏହି ଫୋଟ ସହିତ ଏକ ପୋଷ୍ଟ ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି, ‘ବ୍ୟସ୍ତ ଜୀବନ ଭିତରୁ ସମୟ ବାହାର କରି ମୋ ସାଙ୍ଗମାନେ ମୋତେ କଲ କରୁଛନ୍ତି, ମେସେଜ କରୁଛନ୍ତି । ମୋତେ କେବେବି ଏକା ଲାଗୁନି । ମୁଁ ଜୀବନର ପ୍ରତ୍ୟକଟି ମୁହୁର୍ତକୁ ଜିଇଁବାକୁ ଚେଷ୍ଟା କରୁଛି’ । 

  • Tags:

Subscribe

National International State Sports Entertainment