କ୍ୟାନ୍ସରରେ ପୀଡିତ ସୋନାଲି ବିନ୍ଦ୍ରେ, ନ୍ୟୁୟର୍କରେ ଚାଲିଛି ଚିକିତ୍ସା
Khabar Odisha:shocking-sonali-bendre-suffers-from-high-grade-cancer-treatment-undergoing-in-newyork-

ମୁମ୍ବାଇ,ଜୁଲାଇ୦୪(ଖବର ଓଡ଼ିଶା): ନିକଟରେ ଇରଫାନ ଖାନ କ୍ୟାନ୍ସରରେ ପୀଡ଼ିତ ଥିବା ଖବର ପୁରା ବଲିଉଡ ସହିତ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଥିଲା। ନ୍ୟୁରୋଆଣ୍ଡୋକ୍ରାଇନ ଟ୍ୟୁମରର ଚିକିତ୍ସା ପାଇଁ ଇରଫାନ ଏବେ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କର ସୁସ୍ଥତାକୁ ନେଇ ପ୍ରଶଂସକ କାମନା କରୁଛନ୍ତି। ଇରଫାନଙ୍କ ଏହି ଦୁରାଗ୍ୟ ରୋଗକୁ ନେଇ ଦୁଃଖରେ ଥିବା ବଲିଉଡ ପ୍ରଶଂସକଙ୍କ  ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର। ଏବେ ବଲିଉଡର  ପ୍ରସିଦ୍ଧ ଅଭିନେତ୍ରୀ ସୋନାଲି ବିନ୍ଦ୍ରେ ମଧ୍ୟ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣା ପଡିଛି।  ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ସେ ତାଙ୍କର ରୋଗ ସମ୍ପର୍କରେ ସୂଚନା ଦେଇଛନ୍ତି। 

ସୋନାଲି ବୁଧବାର ଦିନ ଏକ ଭାବୁକ ପୋଷ୍ଟରେ ଲେଖିଥିଲେ ଯେ- କେବେ କେବେ ଯଦି ଆପଣ ଜୀବନରେ ଅତି କମରେ କିଛି ଆଶା ରଖନ୍ତି ତେବେ ଜୀବନ ଆପଣଙ୍କୁ ଏମିତି ଏକ ମୋଡକୁ ନେଇ ଯାଏ ଯାହା କେବେ ତୁମେ ଭାବି ମଧ୍ୟ ନଥିବ। 

ମୋତେ ଏବେ ହାଇଗ୍ରେଡ୍ କ୍ୟାନ୍ସରରେ ପୀଡିତ। ଏହି ବିଷୟରେ ମୁଁ ପୂର୍ବରୁ ସ୍ପଷ୍ଟରୂପେ ଅବଗତ ନଥିଲି । ମୁଁ ଯେତେବେଳେ ଏକ ଅଜବ କଷ୍ଟ ଅନୁଭବ କଲି ତୁରନ୍ତ ସ୍ଵାସ୍ଥ୍ୟ ପରୀକ୍ଷା କରାଇଲି। ସେଥିରୁ  ଜାଣିବାକୁ ପାଇଲି ଯେ ମୁଁ କ୍ୟାନ୍ସର ରୋଗରେ ପୀଡିତ। ମୋ ପରିବାର ଏବଂ ମୋର ବନ୍ଧୁମାନେ ମୋ ପାଖେ ପାଖେ ଅଛନ୍ତି ଏବଂ ମୋର ପୁରା ଯତ୍ନ ନେଉଛନ୍ତି।

ସୋନାଲି ଲେଖିଛନ୍ତି  ମୁଁ ମୋର ପରିବାର ଉପରେ ବହୁତ କୃତଜ୍ଞ। ଏହି ଦୁରାଗ୍ୟ ରୋଗ ସହ ଲଢିବା ପାଇଁ ମୋ ପରିବାରର ସପୋର୍ଟଠାରୁ ଅଧିକ ଆଉ କିଛି ମୋର ଦରକାର ନାହିଁ । ଡାକ୍ଟରଙ୍କର ପରାମର୍ଶ କ୍ରମେ ମୁଁ ଏବେ ନ୍ୟୁୟର୍କରେ ଚିକିତ୍ସିତ ହେଉଛି । ମୁଁ ଏହି ପରିସ୍ଥିତିରୁ ଲଢିକି ଦେଖେଇବି କାରଣ  ମୋ ପଛରେ ମୋ ପରିବାର ଏବଂ ବନ୍ଧୁମାନେ ଅଛନ୍ତି ।

ଉଲ୍ଲେଖଯୋଗ୍ୟ  ଅଭିନେତ୍ରୀ ସୋନାଲି ବିନ୍ଦ୍ର କଲ ହୋ ନା ହୋ, ହମ ସାଥ ସାଥ ହୈଁ, ସରଫୋରଶ, ମେଜର ସାବ, ହମାରା ଦିଲ ଆପକେ ପାସ ହୈ ପରି ଫିଲ୍ମରେ କାମ କରି ସାରିଛନ୍ତି। ସେ ଟିଭି ସୋ ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜରେ ଜଜ ରୂପେ କାମ କରୁଥିଲେ। ମାତ୍ର ନିକଟରେ ତାଙ୍କ ଜାଗାରେ ହୁମା କ୍ୟୁରେସିଙ୍କୁ ନିଆଯାଇଛି। 

  • Tags:

Subscribe

National International State Sports Entertainment