ପ୍ରଥମ ଥର ଖୋଲିବ ସାଇନା ନେହୱାଲଙ୍କ ବୟଫ୍ରେଣ୍ଡଙ୍କ ରାଜ
Khabar Odisha:saqib-saleem-play-role-of-saina-nehwal-s-boyfriend-on-her-biopic
ମୁମ୍ବାଇ, ସେପ୍ଟେମ୍ବର ୧, (ଖବର ଓଡିଶା)

ଏମିତି ତ ସାଇନା ନେହୱାଲଙ୍କୁ ତାଙ୍କ ଖେଳ ପାଇଁ ସମସ୍ତେ ଜାଣନ୍ତି । କିନ୍ତୁ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ସମସ୍ତେ ଜାଣିବାକୁ ପାଇବେ । ହଁ ଆଗକୁ ନିର୍ମିତ ହେବାକୁ ଯାଉଛି ସାଇନାଙ୍କ ବାୟୋପିକ । ତାଙ୍କ ବାୟୋପିକରେ ଏକ ପ୍ରେମ କାହାଣୀ ମଧ୍ୟ ରହିଛି । ଏହା ସତ କି ମିଛ ଏହାର ସତ୍ୟତା ତ କେବଳ ସାଇନା ହିଁ କହି ପାରିବେ । ନିର୍ଦ୍ଦେଶକ ଅମୋଲ ଗୁପ୍ତେଙ୍କ ଦ୍ୱାରା ତିଆରି ହେଉଥିବା ଏହି ସିନେମାରେ ସାଇନାଙ୍କ ପ୍ରେୀମୀ ଭୂମିକାରେ ଦର୍ଶକ ସକିବ ସଲିମଙ୍କୁ ଦେଖିବାକୁ ପାଇବେ ବୋଲି ଶୁଣିବାକୁ ମିଳୁଛି ।

ସକିବ ଅମୋଲଙ୍କ ବହୁତ ନିକଟତର ଅଟନ୍ତି । ସକିବ ତାଙ୍କର ହାୱା ହାୱାଇ ସିନେମାରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ । ସେ ଏହି ଭୂମିକାକୁ ଗ୍ରହଣ କରି ସାରିଛନ୍ତି । ଏବେ ଏହା ଦେଖିବାକୁ ବାକି ରହିଲା କି ନିଜ ରିୟଲ ଲାଇଫ ଷ୍ଟୋରିରେ ବୟଫ୍ରେଣ୍ଡ କାହାଣୀ ଯୋଡା ଯିବାରେ ସାଇନାଙ୍କର କ’ଣ ପ୍ରତିକ୍ରିୟା ରହୁଛି । 

ଏହ ସିନେମାରେ ସାଇନାଙ୍କ ଚରିତ୍ରରେ ଶ୍ରଦ୍ଧା କପୁର ଅଭିନୟ କରୁଛନ୍ତି । ବର୍ତମାନ ଶ୍ରଦ୍ଧା ଏଥିପାଇଁ ବ୍ୟାଡମିଂଟନ ଅଭ୍ୟାସ କରୁଛନ୍ତି । ବେଙ୍ଗାଲୁରର ପ୍ରକାଶ ପାଦୁକୋନ ଏକାଡେମୀରେ ଶ୍ରଦ୍ଧା ବହୁତ ପରିଶ୍ରମ କରୁଛନ୍ତି । ଏହି ସିନେମାର ସୁଟିଂ ଡିସେମ୍ବରରୁ ଆରମ୍ଭ ହେବ ବୋଲ ଖବର ମିଳିଛି । 

  • Tags:

Subscribe

National International State Sports Entertainment