ଅଭିବ୍ୟକ୍ତିର ସ୍ଵାଧୀନତାକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଲେ ନସିରୁଦ୍ଦୀନ ଶାହ
Khabar Odisha:lets-stand-up-for-our-constitutional-values-this-new-year-says-naseeruddin-shah
ନୂଆଦିଲ୍ଲୀ,ଜାନୁଆରୀ ୦୪ (ଖବର ଓଡ଼ିଶା):

ଏମନେଷ୍ଟି ଇଣ୍ଟରନ୍ୟାସନାଲର ଆମ୍ବାସଡର ହୋଇଥିବା ବଲିଉଡ ଅଭିନେତା ନସିରୁଦ୍ଦୀନ ଶାହ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ଅଭିବ୍ୟକ୍ତିର ସ୍ଵାଧୀନତାକୁ ଦବାଇ ଦେବାର ଅଭିଯୋଗ ଲଗାଇଛି।  ଏହା ସହିତ ଲୋକଙ୍କୁ ଅପିଲ କରିଛନ୍ତି ଯେ ସେମାନେ ସମ୍ବିଧାନର ମୂଲ୍ୟବୋଧ ପାଇଁ ଛିଡ଼ା ହୁଅନ୍ତୁ। ସେ କହିଛନ୍ତି ଯେ ଆଜି ଦେଶରେ ଘୃଣା ଓ ବିଭାଜନର ରାଜନୀତି ଚାଲିଛି। ଯେଉଁ ଲୋକ ସେମାନଙ୍କ ବିରୋଧରେ ସ୍ଵର ଉଠାଉଛନ୍ତି ସେମାନଙ୍କର ସ୍ଵରକୁ ଚଢାଉ କରି, ଆକାଉଣ୍ଟ ସିଲ୍ କରି ବନ୍ଦ କରାଇ ଦେଉଛନ୍ତି। ଉଲ୍ଲେଖନୀୟ ଇଡି ବେଙ୍ଗାଲୁରୁ ସ୍ଥିତ ଏମନେଷ୍ଟି ଇଣ୍ଟରନ୍ୟାସନାଲ ଦପ୍ତରରେ ଚଢାଉ କରିଥିଲେ। ଇଡି ଏଫସିଆରଏ ଓ ଅନ୍ୟ ଉଲ୍ଲଙ୍ଘନ ସମ୍ବନ୍ଧରେ ଚଢାଉ କରିଥିଲା। 

ଏମନେଷ୍ଟି ପକ୍ଷରୁ ଜାରି ଏକ କ୍ୟାମ୍ପନିଂର ଭିଡିଓରେ ଟ୍ଵିଟ୍ କରାଯାଇଛି। ଏଥିରେ ନସିରୁଦ୍ଦୀନ ଶାହ ସମ୍ବିଧାନ ଓ  ସ୍ଵାଧୀନ ଭାରତକୁ ନେଇ ନିଜର ମତ ରଖୁଥିବା ଦେଖା ଯାଇଛି। ସେ କହିଛନ୍ତି ଯେ ଯେଉଁମାନେ  ସମ୍ବିଧାନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ସ୍ଵରକୁ ଦବାଇ ଦିଆଯାଉଛି। ଭିଡିଓରେ ସନ୍ଦେଶ ଦେଇ ନସିରୁଦ୍ଦୀନ କହିଛନ୍ତି ୧୯୪୯ ନଭେମ୍ବର ୨୬ରେ  ଦେଶର ସମ୍ବିଧାନକୁ ଅଙ୍ଗିକାର କରାଯାଇଥିଲା।  ଯାହାର ଉଦ୍ଦେଶ୍ୟ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ  ରାଜନୈତିକ ନ୍ୟାୟ ଦେବାର ଥିଲା। ଏଥିରେ ଲୋକଙ୍କୁ ଚିନ୍ତା କରିବା, କହିବା ଏବଂ ଧର୍ମର ସ୍ଵାଧୀନତା ମିଳିବା ଉଚିତ୍। 

ନସିରୁଦ୍ଦୀନ କହିଛନ୍ତି ଯେ ଯେଉଁ ଲୋକ ଗରିବଙ୍କ ଘର, ଜମି ଓ ରୋଜଗାରରୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି ସେମାନେ ଦାୟିତ୍ଵ ସହିତ ହୁକୁମତର କଥା କୁହନ୍ତି।  ଭ୍ରଷ୍ଟାଚାର ବିରୋଧରେ ସେହିମାନେ ହିଁ ସ୍ଵର ଉଠାଉଛନ୍ତି ଯେଉଁମାନେ ସେହି କାନୁନର ରଖୁଆଳ ସାଜିଛନ୍ତି।  ମାତ୍ର ଏବେ ହକ୍ ପାଇଁ ସ୍ଵର ଉଠାଉଥିବା ଲୋକ ଜେଲରେ। କଳକାର,  ଫନକାର ଓ ସାୟରି ପ୍ରତ୍ୟେକଙ୍କ କାମ ଉପରେ ରୋକ୍ ଲଗାଯାଉଛି। ଏପରିକି ସାମ୍ଵାଦିକଙ୍କ ମୁହଁକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି। ଧର୍ମ ନାମରେ ସମାଜରେ ଘୃଣାର ମାହୋଲ ସୃଷ୍ଟି କରାଯାଉଛି। ଏହି ପରି ଦେଶରେ  ଘୃଣା ଓ ଅତ୍ୟାଚାରର ନାଚ ଜାରି ରହିଛି। 

Subscribe

National International State Sports Entertainment